fbpx

‘ଜଗତ ବାବା’ଙ୍କ କାରନାମାର ପେଡ଼ି ଖୋଲିଲା! ଲେମ୍ବୁ ଚଟାଇ ମାତ୍ର ୧୫ ମିନିଟରେ ମହିଳାଙ୍କର ଗର୍ଭଧାରଣ କରିଦବେ ବୋଲି କରୁଥିଲେ ଦାବି

ନୂଆଦିଲ୍ଲୀ: ଆମ ସମାଜରେ ବାବା, ସାଧୂ, ସନ୍ନ୍ୟାସୀଙ୍କର ଅଭାବ ନାହିଁ । ତେବେ କିଛି ବାବା ଭଲ ଶ୍ରେଣୀରେ ଆସୁଥିବା ବେଳେ ଆଉ କିଛି ଲୋକଙ୍କୁ ଭଣ୍ଡାଇ ଅର୍ଥ ଲୁଟି ନେଇଥାନ୍ତି । ତେବେ ଏହା ମଧ୍ୟରେ ଜଣେ ବାବାଙ୍କୁ ନେଇ ବିଭିନ୍ନ ରାଜ୍ୟରେ ବେଶ୍ ଚର୍ଚ୍ଚା ହେଉଛି । ଏହି ବାବା ଜଣଙ୍କ ମାତ୍ର ୧୫ ମିନିଟରେ ମହିଳାଙ୍କୁ ଗର୍ଭଧାରଣ କରିଦେବେ ବୋଲି ଦାବି କରୁଥିଲେ । ଲେମ୍ବୁ ଚଟାଇ ମହିଳାଙ୍କୁ ଉକ୍ତ ବାବା ଜଣଙ୍କ ଗର୍ଭଧାରଣ କରିବାରେ ସହାୟତା କରୁଥିଲେ ।

ଖବର ମୁତାବକ, ଏହି ବାବାଙ୍କ ଘର ହେଉଛି ଛତିଶଗଡ଼ର ବୁଲିପାଲି ଗ୍ରାମରେ । ତାଙ୍କର ବୟସ ମାତ୍ର ୩୬ ବର୍ଷ ହୋଇଥିବା ବେଳେ ତାଙ୍କର ନାମ ହେଉଛି ପୀତାମ୍ବର ଜଗତ । ସେ ‘ବୁଟି ବାଲେ ବାବା’ ନାମରେ ବେଶ୍ ଜଣାଶୁଣା ଥିଲେ । ସେ ଲେମ୍ବୁ ଚଟାଇ ମହିଳାଙ୍କୁ ମାତ୍ର ୧୫ ମିନିଟରେ ଗର୍ଭବତୀ କରିଦେବେ ବୋଲି ଦାବି କରୁଥିଲେ । ଏହି ବାବା ଜଣଙ୍କ ଛତିଶଗଡ଼, ଓଡ଼ିଶା, ଜମ୍ମୁ କଶ୍ମୀର ଓ ଝାଡ଼ଖଣ୍ଡର ଲୋକଙ୍କୁ ଆକର୍ଷିତ କରିପାରିଥିଲେ । ଏପରିକି ବାବାଙ୍କର ଏହି ଅସାଧାରଣ ଦାବି ପାଇଁ ତାଙ୍କ ପାଖକୁ ଦୈନିକ ୨ ହଜାର ଲୋକ ଯାଉଥିବା ଜଣାପଡ଼ିଛି ।

ବାବା ପ୍ରତି ମଙ୍ଗଳବାର ଓ ଶିବାର ନିଜର ନିବାସରେ ଏକ ସଭାର ଆୟୋଜନ କରୁଥିଲେ । ଯେଉଁ ମହିଳାମାନଙ୍କର ଗର୍ଭଧାରଣ ହେଉନଥିଲା ସେ ଲେମ୍ବୁ ଚଟାଇ ମାତ୍ର ୧୫ ମିନିଟରେ ଗର୍ଭଧାରଣ କରିଦେବେ ବୋଲି ଦାବି କରୁଥିଲେ । ତେବେ ବାବାଙ୍କର ଏହି କାରନାମା ବେଶିଦିନ ଚାଲିନଥିଲା । ଅନ୍ଧଶ୍ରଦ୍ଧା ନିର୍ମୋହନ ସମିତିର ଡାକ୍ତର ବାବାଙ୍କ ବିଷୟରେ କଲେକ୍ଟରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ତହସିଲଦାର, ଏସଡିଏମ, ବ୍ଲକ ମେଡିକାଳ ଅଫିସର ଓ ପୋଲିସଙ୍କ ଏକ ଟିମ୍ ବୁଟିପାଲି ଗ୍ରାମକୁ ଯାଇଥିଲେ । ସେଠାରେ ଉପସ୍ଥିତ ଲୋକଙ୍କର ବୟାନ ରେକର୍ଡ କରାଯାଇଥିଲା ଓ ଜଗତ ବାବାଙ୍କ ସଭା ବିଷୟରେ ପ୍ରମାଣ ସଂଗ୍ରହ କରାଯାଇଥିଲା । ଏହାପରେ ଗତ ୫ ମାସ ଧରି ଚାଲି ଆସୁଥିବା ବାବାଙ୍କ ‘ଦରବାର’ ସଭା ଉପରେ ପ୍ରଶାସନ ପକ୍ଷରୁ ପ୍ରତିବନ୍ଧକ ଲାଗୁ କରାଯାଇଥିଲା ।

Get real time updates directly on you device, subscribe now.