fbpx

୭ଦିନ ପାଇଁ ଜେଲରୁ ବାହାରକୁ ଆସିବେ ଆସାରାମ, ଜାଣନ୍ତୁ କାହିଁକି ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ରାଜସ୍ଥାନରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଆସାରାମଙ୍କୁ ରାଜସ୍ଥାନ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ସେ ଯୌନ ଉତ୍ପୀଡନ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ବର୍ତ୍ତମାନ ରାଜସ୍ଥାନ ହାଇକୋର୍ଟ ଆସାରାମଙ୍କ ଚିକିତ୍ସା ପାଇଁ ୭ ଦିନ ଜେଲରୁ ବାହାରକୁ ଯିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ସେହିପରି ପୋଲିସ ହେପାଜତରେ ଚିକିତ୍ସା ପାଇଁ ମହାରାଷ୍ଟ୍ର ଯିବେ। ରାଜସ୍ଥାନ ହାଇକୋର୍ଟର ଜଜ ଜଷ୍ଟିସ ପଷ୍ପେନ୍ଦ୍ର ସିଂହ ଭାଟୀର ଖଣ୍ଡପୀଠ ତାଙ୍କ ଅନ୍ତରୀଣ ବେଲ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆସାରାମ ଜୋଧପୁର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଆସାରାମଙ୍କର ଅଚାନକ ସ୍ୱାସ୍ଥ୍ୟ ଖରାପ ହୋଇଛି।

Get real time updates directly on you device, subscribe now.