ଜୟପୁରରେ ବଡ଼ ଧରଣର ଦୁର୍ଘଟଣା: ୫ ଜୀବନ୍ତ ଦଗ୍ଧ, ୨୦ରୁ ଅଧିକ ଆହତ, ଉଦ୍ଧାର କାର୍ଯ୍ୟ ଜାରି

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଜୟପୁରର ଭାଙ୍କରୋଟା ଅଞ୍ଚଳରେ ଏକାସାଙ୍ଗରେ ଶତାଧିକ ଗାଡ଼ିରେ ନିଆଁ ଲାଗିଯାଇଥିଲା। ବାସ୍ତବରେ ଏକ ସିଏନ୍ ଜି ଟ୍ରକ୍ ଅନ୍ୟ ଏକ ଟ୍ରକ୍ ସହ ଧକ୍କା ହେବା ଫଳରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଅଗ୍ନିକାଣ୍ଡ ରେ ଆଖପାଖ ଗାଡି ଗୁଡିକ ଜଳି ଯାଇଥିଲା, ଯେଉଁଥିରେ ଅଧିକାଂଶ ଯାତ୍ରୀ ଥିଲେ । ଯାତ୍ରୀମାନେ ବସ୍ରୁ ଓହ୍ଲାଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ତେବେ ୨୦ରୁ ଅଧିକ ଲୋକ ପୋଡ଼ି ହୋଇ ଯାଇଥିବା ସୂଚନା ମିଳିଛି। ଶୁକ୍ରବାର ଭୋର ପ୍ରାୟ ୫ଟା ବେଳେ ଡି କ୍ଲୋଥନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଗାଡ଼ିରେ ଫସି ରହିଥିବା ଲୋକଙ୍କୁ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କରାଯାଉଛି। ସିଭିଲ ଡିଫେନ୍ସ ପୁଲିସ ଓ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଭାବେ ବ୍ୟାପିଛି ଯେ, ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ଏବେ ବି ପ୍ରଭାବିତ ହୋଇଥିବା ବେଳେ ପୁଲିସ ଓ ଅଗ୍ନିଶମ ବିଭାଗ ଟିମ୍ ଏହାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇନଥିବା ସୂଚନା ମିଳିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ ଘଟଣାସ୍ଥଳରେ କୁହୁଡ଼ି ଥିବା କୁହାଯାଉଛି। ଏଠାରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ହଠାତ୍ ଗୋଟିଏ ପରେ ଗୋଟିଏ ଗାଡ଼ି ପରସ୍ପର ସହ ଧକ୍କା ହୋଇଥିଲା।