fbpx

ବଡ ସଫଳତା: ଜୟପୁରରେ ଡାକ୍ତରମାନେ କରୋନା ସଂକ୍ରମିତ ଦମ୍ପତିଙ୍କୁ ଏହି ଔଷଧରେ କଲେ ସଫଳ ଚିକିତ୍ସା

ନୂଆଦିଲ୍ଲୀ,୧୩ ।୩: ବିଶ୍ୱ ସ୍ୱାସ୍ଥ ସଙ୍ଗଠନ (WHO) କରୋନା ଭାଇରସକୁ ମହାମାରୀ ବୋଲି ଘୋଷଣା କରିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୧କୁ ବୃଦ୍ଧି ପାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ, ୟୁପି, ବିହାର, କର୍ଣ୍ଣାଟକ, ଓଡିଶା ସମେତ ବହୁ ରାଜ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି । କରୋନା କାରଣୁ ସେନାରେ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲାଗିଛି ।

ତେବେ ଭାରତରେ ଏକ ସକାତ୍ମକ ‘ସଞ୍ଜିବନୀ’ କରୋନ ବିରୋଧରେ ଜୀବନ ରକ୍ଷକ ଔଷଧ ହୋଇପାରେ । ଜୟପୁରରେ ଭାରତୀୟ ଡାକ୍ତରମାନେ କରୋନା ସଂକ୍ରମିତ ଇଟାଲୀରୁ ଆସିଥିବା ଦୁଇ ଦମ୍ପତ୍ତିଙ୍କୁ ଆଣ୍ଟି-ରିଟ୍ରୋଭାଇରଲ ଔଷଧ ସହିତ ସଫଳ ଚିକିତ୍ସା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଔଷଧର ପ୍ରଭାବ ଉପରେ ଅନୁସନ୍ଧାନ କରାଯାଉଛି । ଯଦି ଆଶା କରାଯାଉଥିବା ଫଳାଫଳ ମିଳେ, ତେବେ ଏହା ମହାମାରୀ କରୋନା ବିରୋଧରେ ଭାରତର ‘ସଞ୍ଜୀବନୀ’ ଭଳି କାମ ଦେବ ।

ସାରା ବିଶ୍ୱ କରୋନା ଭାଇରସ୍ ପାଇଁ ଟିକା ପ୍ରସ୍ତୁତ କରିବାରେ ବିଫଳ ହୋଇଛି । କିନ୍ତୁ ଭାରତରୀ ପଥ ଅନୁସରଣ କରି ଶୀଘ୍ର କରୋନା ଭାଇରସର ଚିକିତ୍ସା ମିଳିବ ବୋଲି ଆଶା କରାଯାଉଛି । ବାସ୍ତବରେ, କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ସମୟରେ ଏଚ.ଆଇ.ଭି ଚିକିତ୍ସାରେ ବ୍ୟବହୃତ କେତେକ ଔଷଧ କରୋନା ରୋଗୀଙ୍କ ଉପରେ ପ୍ରଭାବଶାଳୀ ପ୍ରମାଣିତ ହୋଇଥିବା ସଙ୍କେତ ମିଳିଛି ।

Get real time updates directly on you device, subscribe now.