ଇଗୋ ହର୍ଟ ହେଇଗଲା, ଭାଙ୍ଗିଲା ନିର୍ବନ୍ଧ, ତାତିଲା ରକ୍ତ, ବନ୍ଧୁକ ଦେଖାଇ ଉଠାଇ ଆଣିଲେ ଝିଅ
ପରିବାର ସଦସ୍ୟଙ୍କୁ ଧମକ ଦେଇ ଅଭିଯୁକ୍ତ ଝିଅଟିକୁ ନେଇ ପଳାଇ ଯାଇଥିଲେ।
ରାଜସ୍ଥାନ: ଶୋଇଥିବା ଅବସ୍ଥାରେ ଯୁବତୀଙ୍କୁ ଉଠାଇନେଲେ। ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଅପହରଣ କରିନେଲେ ଦୁବୃର୍ତ୍ତ। ରାଜସ୍ଥାନର ଜୈସଲମେର ଜିଲ୍ଲାର ମାୟାଜାଲାର ଥାନା ଅଞ୍ଚଳରେ ଗୁରୁବାର ରାତି ପ୍ରାୟ ୨ଟା ସମୟରେ ଘଟିଛି ଏହି ଘଟଣା।
ଦୁଇଟି ଗାଡ଼ିରେ ସଶସ୍ତ୍ର ଦୁର୍ବୃତ୍ତମାନେ ତାଙ୍କ ସାଥୀଙ୍କ ସହିତ ଝିଅଟିର ଘର ଉପରେ ଆକ୍ରମଣଚରି ଯୁବତୀଙ୍କୁ ଉଠାଇ ନେଇଯାଇଥିଲେ।ପରିବାର ସଦସ୍ୟ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ। ପରିବାର ସଦସ୍ୟଙ୍କୁ ଧମକ ଦେଇ ଅଭିଯୁକ୍ତ ଝିଅଟିକୁ ନେଇ ପଳାଇ ଯାଇଥିଲେ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ସହ ଯୁବତୀଙ୍କ ବିବାହ ଲାଗିଥିଲା ଏପରିକି ନିବନ୍ଧ ବି ସରିଯାଇଥିଲା। କୌଣସି କାରଣରୁ ନିବନ୍ଧ ଭାଙ୍ଗିଯିବାରୁ ରାଗି ଯାଇ ଏଭଳି କାଣ୍ଡ କରିଛନ୍ତି ଯୁବକ।
ଯୁବକ ଗଣପତ ସିଂହ, ଦୁର୍ଗା କନୱର ଓରଫ ଲିଛୁ କନୱରଙ୍କୁ ଅପହରଣ କରିଛନ୍ତି। ପରିବାରର ବିରୋଧ ଯୋଗୁଁ ଦୁର୍ବୃତ୍ତମାନେ ସେମାନଙ୍କୁ ମାଡ଼ ମାରି ଘଟଣାସ୍ଥଳରୁ ଯୁବତୀଙ୍କୁ ନେଇଯାଇଛନ୍ତି।
ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ରାସ୍ତା ଅବରୋଧ କରିଛି। କିନ୍ତୁ ଏପର୍ଯ୍ୟନ୍ତ ଝିଅର କୌଣସି ପତ୍ତା ମିଳିନାହିଁ। ପୋଲିସ ଝିଅ ଏବଂ ଦୁର୍ବୃତ୍ତମାନଙ୍କୁ ଖୋଜୁଛି। ଅଭିଯୁକ୍ତ ଗଣପତ ସିଂହ ଦୁର୍ଗା କନୱରଙ୍କ ଉପରେ ରାଗି ତାଙ୍କ ନିର୍ବନ୍ଧ ଭାଙ୍ଗିବା ଏବଂ ପ୍ରତିଶୋଧ ନେବା ପାଇଁ ଏହି ଘଟଣା ଘଟାଇଛି।
ଯୁବକ ଜଣକ ନିର୍ବନ୍ଧ ଭାଙ୍ଗିବା ନେଇ ରାଗିଥିଲେ। ସୂଚନା ଅନୁଯାୟୀ, ଗେମର ସିଂହଙ୍କ ପୁଅ ଗଣପତ ସିଂହ ବାଡମେରର ଗିରାବ ଥାନା ଅନ୍ତର୍ଗତ ରାତ୍ରେଡିର ବାସିନ୍ଦା।
ଯାହାର ନିର୍ବନ୍ଧ ମାୟାଜାଲରର ଆମ୍ବ ସିଂହ କି ଧନୀ ନିବାସୀ ଦାନ ସିଂହଙ୍କ ଝିଅ ଦୁର୍ଗା କନୱର ଓରଫ ଲିଛୁ କନୱରଙ୍କ ସହିତ ହୋଇଥିଲା। କୌଣସି କାରଣରୁ ଉଭୟଙ୍କ ନିର୍ବନ୍ଧ ଭାଙ୍ଗି ଯାଇଥିଲା।
ଗଣପତ ସିଂହ ଏଥିରେ ବହୁତ ରାଗି ଯାଇଥିଲେ ଏବଂ ପ୍ରତିଶୋଧ ନେବା ପାଇଁ ସେ ଏହି ଅପରାଧ ଘଟାଇଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ରାତିରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି । ପୋଲିସ ନାକାବନ୍ଦୀ ଇତ୍ୟାଦି କରି ସିସିଟିଭି ସାହାଯ୍ୟରେ ଦୁର୍ବୃତ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି। ଘଟଣା ପରଠାରୁ ପୋଲିସ ଅପରାଧୀଙ୍କ ଆଡ୍ଡା ଉପରେ ଲଗାତାର ଚଢାଉ କରୁଛି।
ପରିବାର ସଦସ୍ୟ କହିଛନ୍ତି ଯେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଗଣପତ ସିଂଙ୍କ ସନ୍ଧାନ ଏବେ ବି ଜାରି ରହିଛି।