fbpx

ଭାରତ ‘ବିଗ୍ ବୁଲି’ ଅଭିଯୋଗର କଡ଼ା ଜବାବ ଦେଲେ ଜୟଶଙ୍କର; ‘ଭାରତ ଧମକ ଦେଉନାହିଁ…’

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଭାରତ ତା’ର ପଡ଼ୋଶୀମାନଙ୍କୁ ଧମକ ଦେଉନାହିଁ। ନୂଆଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଜୟଶଙ୍କର କହିଛନ୍ତି ଯେ ଯଦି ଏପରି ହୋଇଥାନ୍ତା, ତେବେ ସଙ୍କଟରେ ପଡ଼ିଥିବା ପଡ଼ୋଶୀ ଦେଶଗୁଡ଼ିକୁ ଭାରତ ୪.୫ ବିଲିୟନ ଡଲାର ସହାୟତା ଦେଇନଥାନ୍ତା।

ଜୟଶଙ୍କର କହିଛନ୍ତି, “ବିଶ୍ୱର ଏହି ଭାଗରେ ଯେଉଁ ବଡ଼ ପରିବର୍ତ୍ତନ ଘଟିଛି ତାହା ଭାରତ ଏବଂ ଏହାର ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କରେ ଦୃଶ୍ୟମାନ ହେଉଛି। ଯେତେବେଳେ ଆପଣ କୁହନ୍ତି ଯେ ଭାରତକୁ ଏକ ବିଗ୍ ବୁଲି ଭାବରେ ଦେଖାଯାଏ, ମୁଁ କହିବି ଯେ ବିଗ୍ ବୁଲିଜ୍ ସେମାନଙ୍କ ପଡ଼ୋଶୀଙ୍କୁ ୪.୫ ବିଲିୟନ ଡଲାର ଦେଇ ଅସୁବିଧାରେ ପକାଇନଥାଏ । ଯେତେବେଳେ କୋଭିଡ୍ ସମ୍ପୂର୍ଣ୍ଣ ଭାବେ ବ୍ୟାପିଥାଏ, ସେତେବେଳେ ‘ବିଗ୍ ବୁଲି’ ସେମାନଙ୍କୁ ଟିକା ଯୋଗାଣ କରୁନାହିଁ। ଯେତେବେଳେ ଖାଦ୍ୟ, ଇନ୍ଧନ ଏବଂ ସାରର ଅଭାବ ପୃଥିବୀର କୌଣସି ପ୍ରାନ୍ତରେ ଜୀବନକୁ ଦୁଃଖଦାୟକ କରିଦିଏ, ସେତେବେଳେ ଦେଶ ନିଜ ନିୟମ ଭାଙ୍ଗି ସେମାନଙ୍କୁ ସାହାଯ୍ୟ କରନ୍ତି ନାହିଁ ।”

ଜୟଶଙ୍କର କହିଛନ୍ତି ଯେ ଭାରତ, ବାଂଲାଦେଶ ଏବଂ ନେପାଳ ମଧ୍ୟରେ ସମ୍ପର୍କରେ ଏହି ପରିବର୍ତନ ଦେଖିବାକୁ ମିଳୁଛି, “ଉତ୍ତମ ସମ୍ପର୍କ କାରଣରୁ ପଡ଼ୋଶୀ ଦେଶମାନଙ୍କର ପାୱାର ଗ୍ରିଡ୍ ଏବଂ ସଡ଼କ ଅଛି ଯାହା ଏକ ଦଶନ୍ଧି ପୂର୍ବରୁ ନଥିଲା । ସେଠାରେ ଏକ ରେଳ ନେଟୱାର୍କ ରହିଛି । ଜଳପଥର ବ୍ୟବହାର କରାଯାଉଛି। ଭାରତୀୟ କମ୍ପାନିମାନେ ବାଂଲାଦେଶରେ ବନ୍ଦର ବ୍ୟବହାର କରୁଛନ୍ତି। ଭାରତ, ବାଂଲାଦେଶ ଓ ନେପାଳ ମଧ୍ୟରେ ସମ୍ପର୍କରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଜୟଶଙ୍କରଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।”

Get real time updates directly on you device, subscribe now.