fbpx
BSKY SKY
BSKY SKY

୩୭୦୦ କଏଦୀ ଜେଲରୁ ଖସି ଯିବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ସରକାର

BSKY

ନୂଆଦିଲ୍ଲୀ: କ୍ୟାରିବିଆନ୍ ଦେଶ ହାଇତିରେ କଏଦୀମାନେ ଜେଲ୍ ଭାଙ୍ଗି ପଳାଇଯିବା ଘଟଣା ସାମ୍ନାକୁ ଆସିଛି। ରବିବାର ଦିନ ସଶସ୍ତ୍ର ଗୋଷ୍ଠୀ ପୋର୍ଟ ଓ ପ୍ରିନ୍ସ ଜେଲ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅତି କମରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୭୦୦ କଏଦୀ ଜେଲରୁ ଫେରାର ହୋଇଯାଇଛନ୍ତି । ଏହି ଘଟଣାକୁ ଦୃଷ୍ଟିରେ ରଖି ହାଇତି ସରକାର ୭୨ ଘଣ୍ଟିଆ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ୨୦୨୦ ପରଠାରୁ ଦେଶରେ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି।

ଏହି ଗୋଷ୍ଠୀର ନେତାମାନେ କହିଛନ୍ତି ଯେ ସେମାନେ ପ୍ରଧାନମନ୍ତ୍ରୀ ଏରିଏଲ ହେନରିଙ୍କ ଇସ୍ତଫା ଚାହୁଁଛନ୍ତି। ଏହି ଗୋଷ୍ଠୀମାନେ ପୋର୍ଟ-ଓ-ପ୍ରିନ୍ସର ୮୦% ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବା ଦାବି କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଅତୀତରେ ଦୁଇଟି ଜେଲ୍ ଉପରେ ଆକ୍ରମଣ ହୋଇଥିଲା। ଏହାକୁ ଜାତୀୟ ନିରାପତ୍ତା ପ୍ରତି ବିପଦ ବୋଲି କହି ସରକାର କର୍ଫ୍ୟୁ ଘୋଷଣା କରିଛନ୍ତି। ହାଇତିରେ ସଦ୍ୟତମ ହିଂସା ଗୁରୁବାର ପ୍ରଧାନମନ୍ତ୍ରୀ ନାଇରୋବି ଗସ୍ତ କରିବା ପରେ ଆରମ୍ଭ ହୋଇଥିଲା।

ଏହି ଗସ୍ତ ରେ ସେ କେନିଆର ବହୁରାଷ୍ଟ୍ରୀୟ ସୁରକ୍ଷା ବାହିନୀକୁ ହାଇତି ପଠାଇବା ନେଇ ଆଲୋଚନା କରିଥିଲେ । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ରବିବାର ମଧ୍ୟ ଜେଲର କବାଟ ଖୋଲା ଥିଲା ଏବଂ କୌଣସି ଅଧିକାରୀ ଉପସ୍ଥିତ ନଥିଲେ। ରିପୋର୍ଟରେ କୁହାଯାଇଛି ଯେ ପଳାଇବାକୁ ଚେଷ୍ଟା କରିଥିବା ୩ ଜଣ କଏଦୀଙ୍କ ମୃତଦେହ ଜେଲରେ ପଡ଼ିଥିଲା। ଜେଲ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବା ଏଏଫ୍ ପିର ଜଣେ ସାମ୍ବାଦିକ କହିଛନ୍ତି ଯେ ସେଠାରେ ପ୍ରାୟ ୧୦ଟି ମୃତଦେହ ପଡ଼ିରହିଛି। କିଛି ମୃତଦେହରେ ଗୁଳି ଚିହ୍ନ ରହିଛି।

Get real time updates directly on you device, subscribe now.