fbpx

ଖୋଲିବ ଟିମ ଇଣ୍ଡିଆର ଦୁଆର! ଲଗାତାର ତୃତୀୟ ପାଳିରେ ଜଏସ୍ୱାଲଙ୍କ ଶତକ

AAKASH

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ଭାରତର ଯୁବ ଖେଳାଳି ଯଶସ୍ୱୀ ଜଏସ୍ୱାଲ । ଲଗାତାର ତିନୋଟି ମ୍ୟାଚରେ ୩ଟି ଶତକ ହାସଲ କରି ଟିମ ଇଣ୍ଡିଆରେ ଚୟନ ପାଇଁ ଦାବିଦାର ଜାହିର କରିଛନ୍ତି । ଉତ୍ତରପ୍ରଦେଶ ବିରୋଧରେ ମଧ୍ୟ ଏକ ଦମଦାର ଶତକ ହାସଲ କରିଛନ୍ତି ୨୦ ବର୍ଷୀୟ ଜଏସ୍ୱାଲ । ତାଙ୍କର ଏହି ପ୍ରଦର୍ଶନ ଆଗକୁ ଟିମ ଇଣ୍ଡିଆ ପାଇଁ ବାଟ କଢାଇପାରେ ।

ରଣଜୀ ଟ୍ରଫିର ସେମି ଫାଇନାଲ ମ୍ୟାଚରେ ମୁମ୍ବାଇ ପକ୍ଷରୁ ଦ୍ୱିତୀୟ ଇନିଂସରେ ଏହି ଶତକ ହାସଲ କରିଛନ୍ତି ଯଶସ୍ୱୀ ଜଏସ୍ୱାଲ । ଦ୍ୱିତୀୟ ୱିକେଟ ପାଇଁ ଜାଫର ଏବଂ ଯଶସ୍ୱୀ ମିଶି ୨୮୬ ରନର ଏକ ଧମାକାଦାର ଭାଗିଦାରୀ କରିଛନ୍ତି । ଏହି ପାର୍ଟନରସିପ ଫଳରେ ମୁମ୍ବାଇ ୫୦୦ରୁ ଅଧିକ ଲିଡ ହାସଲ କରିଛି । ପ୍ରଥମ ପାଳିରେ ମୁମ୍ବାଇ ୩୯୩ ରନ ସଂଗ୍ରହ କରିଥିଲା । ହାର୍ଦ୍ଦିକ ତମୋରେ ୧୧୫ ଏବଂ ଯଶସ୍ୱୀ ଜଏସ୍ୱାଲ ୧୦୦ ରନ କରିଥିଲେ । ଅନ୍ୟ ପକ୍ଷରେ ଉତ୍ତରପ୍ରଦେଶ ତରଫରୁ କର୍ଣ୍ଣ ଶର୍ମା ସର୍ବାଧିକ ୪ଟି ୱିକେଟ ହାସଲ କରିଥିଲେ । ତେବେ ଏହାର ପିଛା କରି ୟୁପି ମାତ୍ର ୧୮୦ ରନରେ ଅଟକିଥିଲା ।

ଆଇପିଏଲ ୨୦୨୨ରେ ମଧ୍ୟ ଯଶସ୍ୱୀ ଜଏସ୍ୱାଲ ସୁନ୍ଦର ପ୍ରଦର୍ଶନ କରିଥିଲେ । ରାଜସ୍ଥାନ ପକ୍ଷରୁ ୧୦ଟି ମ୍ୟାଚରେ ୨୫୮ ରନ ସଂଗ୍ରହ କରିଥିଲେ ଜଏସ୍ୱାଲ । ଏହାବ୍ୟତୀତ ରଣଜୀ ଟ୍ରଫିରେ ସେମି ଫାଇନାଲର ଶତକ ପୂର୍ବରୁ ସେ ଆହୁରି ୨ଟି ଶତକ ନିଜ ନାମରେ କରି ସାରିଛନ୍ତି । କ୍ୱାର୍ଟର ଫାଇନାଲ ମ୍ୟାଚର ଦ୍ୱିତୀୟ ଇନିଂସରେ ଶତକ ଅର୍ଜନ କରିଥିଲେ ଜଏସ୍ୱାଲ । ତାଙ୍କର ଏହି ପ୍ରଦର୍ଶନ ପରେ ଟିମ ଇଣ୍ଡିଆରେ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Get real time updates directly on you device, subscribe now.