fbpx

ପେଟର ଚର୍ବି କମାଇବା ପାଇଁ ଘରେ ହିଁ କରନ୍ତୁ ଏହି ବ୍ୟାୟାମ, ରହିବେ ସବୁବେଳେ ଫିଟ୍

AAKASH

ନୂଆଦିଲ୍ଲୀ: ମହିଳା ହୁଅନ୍ତୁ କିମ୍ବା ପୁରୁଷ ହୁଅନ୍ତୁ, ଆଜିକାଲି ସମସ୍ତେ ନିଜ ପେଟର ଚର୍ବି ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ଚର୍ବି ବା ମେଦବହୁଳତାର କାରଣ ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟ, ଅସ୍ୱାସ୍ଥ୍ୟକର ଅଭ୍ୟାସ, ଚାପ ଏବଂ ପର୍ଯ୍ୟାପ୍ତ ନିଦ ନ ଶୋଇବା । ଅନ୍ୟ ପଟେ ପେଟର ଚର୍ବି ମଧ୍ୟ ଅନେକ ଗମ୍ଭୀର ରୋଗର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଲୋକମାନେ ପେଟରେ ଚର୍ବି କମାଇବା ପାଇଁ ଜିମ୍ ଯାଇଥାନ୍ତି, କିନ୍ତୁ ଜିମ୍ ଯିବା ହୁଏତ ସବୁବେଳେ ସମ୍ଭବ ହୋଇନପାରେ । ତେବେ ଏପରି ସ୍ଥିତିରେ ଘରେ କିଛି ବ୍ୟାୟାମ କରି ପେଟର ଚର୍ବିକୁ ହ୍ରାସ କରିପାରିବେ । ଏଠାରେ ଆମେ ପୁରୁଷମାନେ କିପରି ପେଟର ଚର୍ବିକୁ ହ୍ରାସ କରିପାରିବେ ସେ ବିଷୟରେ ଜାଣିବା ।

ପେଟର ଚର୍ବିକୁ କମ୍ କରିବାକୁ ପୁରୁଷ କରନ୍ତୁ ଏହି ବ୍ୟାୟାମ:
‘ହାଈ ନୀ’ (High knee): ପୁରୁଷମାନେ ପେଟର ଚର୍ବି ହ୍ରାସ କରିବା ପାଇଁ ଏହି ବ୍ୟାୟାମକୁ ନିଜର ଡେଲି ରୁଟିନରେ ସାମିଲ କରିପାରିବେ । ଏହି ବ୍ୟାୟାମ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ । ଏହି ବ୍ୟାୟାମକୁ ୧୦ ମିନିଟ୍ ପାଇଁ କ୍ରମାଗତ ଭାବରେ କରନ୍ତୁ ।

ଜମ୍ପିଂ ଜ୍ୟାକ୍(Jumping jacks): ପେଟର ଚର୍ବି କମାଇବା ପାଇଁ ଆଉ ଏକ ବ୍ୟାୟାମ ହେଉଛି ଜମ୍ପିଂ ଜ୍ୟାକ୍ । ଏଥିପାଇଁ ପ୍ରଥମେ ଠିଆ ହୁଅନ୍ତୁ, ଏହାପରେ ନିଜ ଦୁଇ ଗୋଡ଼କୁ ବିସ୍ତାର କରନ୍ତୁ ଏବଂ ଏହି ସମୟରେ ହାତ ଉପରକୁ ନିଅନ୍ତୁ । ପୁଣି ସାବଧାନ ପୋଜିସନକୁ ଆସନ୍ତୁ ଏହିପରି ଭାବରେ ୧୦ ମିନିଟ୍ ପାଇଁ ଏହି ବ୍ୟାୟାମ କରନ୍ତୁ । ଏହା କରିବା ଦ୍ୱାରା ପେଟର ଚର୍ବି କମିଯିବ ।

Get real time updates directly on you device, subscribe now.