fbpx
BSKY
BJD MS SKY
BJD YOUTH SKY

ମୂଷା ଗାତରୁ ବାହାରିଲା ୫ ଲକ୍ଷ ଟଙ୍କାର ଅଳଙ୍କାର

ମୂଷାଗାତରୁ ବାହାରିଲା ୫ ଲକ୍ଷ ଟଙ୍କାର ଅଳଙ୍କାର । ଏଭଳି ଏକ ରହସ୍ୟମୟୀ ଖବରଟି ଆସିଛି ମୁମ୍ବାଇରୁ । ମୁମ୍ବାଇ ପୋଲିସ ଏକ ମୂଷା ଗାତରୁ ୫ ଲକ୍ଷ ଟଙ୍କାର ସୁନାର ଅଳଙ୍କାରକୁ ଜବତ କରିଥିବା ଜଣାପଡିଛି । ଶୁଣି ଆଶ୍ଚର୍ଯ୍ୟ ଲାଗିଲା କି? ପ୍ରକୃତ ଘଟଣା ଶୁଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ ।

ଏକ ରିପୋର୍ଟ ଅନୁସାରେ, ଉପନଗର ଡିଣ୍ଡୋଶୀ ନିବାସୀ ସୁନ୍ଦରୀ ପ୍ଲାନିବେଲ ନାମକ ଜଣେ ମହିଳା ସୋମବାର ତାଙ୍କର ଦଶ ଭରି ସୁନା ଅଳଙ୍କାର ହଜିଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ସେ ଅଭିଯୋଗରେ କହିଥିଲେ ଯେ, ଝିଅ ବାହାଘର ପାଇଁ ସୁନ୍ଦରୀ ଘରେ ରଖିଥିବା ସୁନାକୁ ବ୍ୟାଙ୍କରେ ବନ୍ଧକ ପକାଇବା ପାଇଁ ଯାଇଥିଲେ । ସେ ଯିବା ରାସ୍ତାରେ ଜଣେ ଛୋଟ ପୁଅ ଓ ତା’ ମା’କୁ ଭିକ୍ଷା ମାଗୁଥିବାର ଦେଖିବାକୁ ପାଇଲେ । ଭିକ୍ଷା ମାଗୁଥିବାର ଦେଖି ସୁନ୍ଦରୀ ବଡାପାଓ ଧରିଥିବା ବ୍ୟାଗଟିକୁ ପିଲାଟିକୁ ଦେଇଥିଲେ । ମାତ୍ର ଘରକୁ ଫେରି ସେ ଭୁଲବଶତଃ ବଡାପାଓ ବ୍ୟାଗ ସହ ଅଳଙ୍କାର ଥିବା ବ୍ୟାଗ ଉଭୟଙ୍କୁ ଦେଇଥିବା ଜାଣିବାକୁ ପାଇଲେ । ଏହାପରେ ସେ ପିଲା ଓ ମା’କୁ ବହୁ ଖୋଜିଥିଲେ ସୁଦ୍ଧା ତାଙ୍କୁ ପାଇନଥିଲେ । ପରିଶେଷରେ ସେ ପୋଲିସର ସହାୟତା ଲୋଡିଥିଲେ ।

ପୋଲିସ କହିବା ଅନୁଯାୟୀ, ଅଭିଯୋଗ କ୍ରମେ ଘଟଣାର ସତ୍ୟତା ଜାଣିବା ପାଇଁ ଆମେ ସିସିଟିଭି ଫୁଟେଜ ପରୀକ୍ଷା କରିଥିଲୁ । ଏହାପରେ ଆମେ ମା’ ଓ ପୁଅକୁ ଖୋଜିପାଇଲୁ । ବଡାପାଓ ଖରାପ ହୋଇଯାଇଥିବା କାରଣରୁ ଏହାକୁ ଆମେ ନ ଖାଇ ଡଷ୍ଟବିନରେ ଫୋପାଡିଦେଇଥିବା ମା’ ନିଜ ବୟାନରେ କହିଥିଲେ । ଏହାପରେ ଆମେ ପୁନର୍ବାର ସିସିଟିଭି ଦେଖିଥିଲୁ । ଯାହାପରେ ସେହି ବ୍ୟାଗଟିକୁ କିଛି ମୂଷା ଭିଡି ଖାଉଥିବାର ଦେଖିବାକୁ ମିଳିଥିଲା । ଏହାପରେ ପୋଲିସ ମୂଷାର ଏଭଳି କାମ ଅନୁମାନ କରି ଘଟଣା ସ୍ଥଳରେ ପହଂଚିଥିଲା । ପରେ ମୂଷା ଗାତରୁ ମହିଳାଙ୍କର ୫ ଲକ୍ଷର ଟଙ୍କାର ଅଳଙ୍କାର ଜବତ କରିଥିଲା ମୁମ୍ବାଇ ପୋଲିସ ।

Get real time updates directly on you device, subscribe now.