fbpx

ହଲିଉଡରେ ଆଲିଆଙ୍କ ଏଣ୍ଟ୍ରି: ଏହି ଫିଲ୍ମରେ ଦେଖାଇବେ ଜଲୱା

ବଲିଉଡ୍ ପରେ ହଲିଉଡରେ ନଜର ଆସିବେ ଆଲିଆ ଭଟ୍ଟ । ହଲିଉଡ ଫିଲ୍ମ “ହଟ୍ ଅଫ୍ ଷ୍ଟୋନ୍‌” ରେ ଆଲିଆଙ୍କ ଜଲୱାକୁ ଦେଖିବାକୁ ପାଇବେ ଦର୍ଶକ । ଯାହାର ସୁଟିଂ ଆରମ୍ଭ କରିଦେଇଥିବା ଜଣାପଡିଛି । ଏହି ଫିଲ୍ମରେ ଆଲିଆ ଗଲ ଗାଡୋଟ୍ ଏବଂ ଜମୀନ୍ ଡୋରନାନଙ୍କ ସହ ଦେଖାଦେବେ ।

ଆଲିଆ ନିଜ ଇଷ୍ଟ୍ରାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, “ହଟ୍ ଅଫ୍ ଷ୍ଟୋନ୍‌” ଅନ୍ୟଏକ ଦିନ । ବହୁତ ଥକି ଯାଇଛି ସତ କିନ୍ତୁ ଖୁସି ଅଛି । ବ୍ରହ୍ମାସ୍ତ୍ର ପାଇଁ ମିଳିଥିବା ଭଲପାଇବାକୁ ନେଇ ଆପଣଙ୍କୁ ଧନ୍ୟବାଦ । ଏହି ଫଟୋରେ ଆଲିଆ ବେଡରେ ଶୋଇ ସେଲ୍ଫି ନେବାର ଫଟୋ ଦେଇଛନ୍ତି । ଯେଉଁଥିରେ ସେ ସୁଟିଂ କରି ଥକି ଯାଇଥିବା ଦେଖିବାକୁ ମିଳିଛି ।

ସୂଚନାଥାଉକି, ଆଲିଆଙ୍କର ଏହା ହେଉଛି ପ୍ରଥମ ହଲିଉଡ୍ ଫିଲ୍ମ । ନିର୍ଦ୍ଦେଶକ ଆୟନ୍ ମୁଖାର୍ଜୀଙ୍କ ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି ଆଲିଆ । କିଛିଦିନ ପୂର୍ବେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି । ଯେଉଁଥିରେ ତାଙ୍କୁ ରଣବୀରଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି । ଫିଲ୍ମଟି ୯ ସେପ୍ଟେମ୍ବରରେ ରିଲିଜ୍ ହେବ ।

Get real time updates directly on you device, subscribe now.