fbpx

ଯାଜପୁରର ୪ପଞ୍ଚାୟତ ଅବରୋଧ ଅଞ୍ଚଳ ଘୋଷିତ

ଯାଜପୁର, ୨୦ା୪(ଓଡ଼ିଶା ଭାସ୍କର): ଯାଜପୁରର ୪ଟି ପଞ୍ଚାୟତ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ବାସୁଦେବପୁର, ପଣଷା ପଞ୍ଚାୟତ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ସେହିପରି ବିରଜାପୁର ଓ ମୁକୁନ୍ଦପୁର ପଞ୍ଚାୟତକୁ ମଧ୍ୟ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ଏହାସହ ସେହି ଅଞ୍ଚଳକୁ ପ୍ରବେଶ ପ୍ରସ୍ଥାନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ ଯାଜପୁରରେ ଆଜି ଆଉ ୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତ ୫ ଆକ୍ରାନ୍ତ କୋଲକାତା ଲିଙ୍କ ଥିବା ମଧ୍ୟ ଜଣାପଡ଼ିଥିଲା ।

Get real time updates directly on you device, subscribe now.