fbpx

ଯାଜପୁରରେ ଚିହ୍ନଟ ହୋଇଥିବା ୫ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍

ଯାଜପୁର, ୨୦ା୪(ଓଡ଼ିଶା ଭାସ୍କର): ବତ୍ତର୍ମାନ ଯାଜପୁରରେ ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍ ଥିବା ଜଣାପଡ଼ିଛି । ଆଜି ଚିହ୍ନଟ ହୋଇଥିବା ସମୁଦାୟ ୧୩ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଜଣ କୋଲକାତାରୁ ଆସିଛନ୍ତି । ତେଣୁ ଗତ ୨୮ଦିନରେ ପଶ୍ଚିମବଙ୍ଗରୁ ଆସିଥିବା ଲୋକଙ୍କୁ ସତର୍କ କରିଛନ୍ତି ସରକାର । ଯେଉଁମାନେ ପଶଚିମବଙ୍ଗରୁ ଆସିଛନ୍ତି ସ୍ଥାନୀୟ ସରପଞ୍ଚ, ବିଡ଼ିଓ /ତହସିଲଦାରଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଏହାସହ ୨୮ଦିନ ଭିତରେ ପଶ୍ଚିମବଙ୍ଗରୁ ଆସିଥିଲେ ସଙ୍ଗରୋଧରେ ରୁହନ୍ତୁ ବୋଲି ସରକାର ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.