fbpx

ଆପଣଙ୍କ ପାର୍ଟନର ଆପଣଙ୍କ ଉପରେ ସନ୍ଦେହ କରି ମୋବାଇଲ୍ ଚେକ୍ କରୁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ନ୍ୟର ମୋବାଇଲ୍ ଫୋନ୍ ଚେକ୍ କରିବା, ଗ୍ୟାଲେରୀକୁ ଯାଇ ବ୍ୟକ୍ତିଗତ ଫଟୋ ଚେକ୍ କରିବା ଓ ମ୍ୟାସେଜ୍ ଚେକ୍ କରିବା ଭୁଲ୍ ଜିନିଷ ବୋଲି ଆମକୁ ଶିଖା ଯାଇଥାଏ । ସେହିପରି ରିଲେସନସିପରେ ଥିବା ଲୋକମାନେ ବାରମ୍ବାର ପାର୍ଟନରର ସନ୍ଦେହର ଶିକାର ହେଉଛନ୍ତି । ଅନେକ କ୍ଷେତ୍ରରେ ଲୁଚାଚୋରାରେ ଜଣେ ପାର୍ଟନର ଅନ୍ୟଜଣଙ୍କର ଫୋନ୍ ଚେକ୍ କରିଥାଏ । ଅନ୍ୟ କାହା ସହ ଆପଣଙ୍କ ଅଫେୟାର୍ସ ଚାଲିଛି କି ନାହିଁ ତାହା ସନ୍ଦେହ କରି ସେମାନେ ଫୋନ୍ ଚେକ୍ କରିଥାନ୍ତି । ଯଦି ଆପଣଙ୍କ କ୍ଷେତ୍ରରେ ମଧ୍ୟ ଏପରି ଘଟୁଥାଏ ଅର୍ଥାତ ଆପଣଙ୍କ ପାର୍ଟନର ମଧ୍ୟ ଆପଣଙ୍କ ଉପରେ ସନ୍ଦେହ କରୁଥାନ୍ତି ତେବେ ସାବଧାନ ହୋଇଯାଏ ଆପଣାନ୍ତୁ ଏହି ଉପାୟ..

ଭୁଲ୍ ବୁଝାମଣା ଦୂର କରନ୍ତୁ

ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ଉପରେ ସନ୍ଦେହ କରୁଛନ୍ତି ତେବେ ସର୍ବପ୍ରଥମେ ତାଙ୍କ ମନରୁ ଏସବୁ ଅଲୋଚନା ମାଧ୍ୟମରେ ହଟାନ୍ତୁ । ଏକ ଭଲ ରିଲେସନସିପ୍ ଏକ ଭୁଲ୍ ବୁଝାମଣା ଯୋଗୁଁ ଖୁବ୍‌ଶୀଘ୍ର ଭାଙ୍ଗି ଯାଇଥାଏ । ଆପଣଙ୍କ ପାର୍ଟନରକୁ କୌଣସିଠାରୁ ସାମାନ୍ୟତମ ସୁରାକ୍ ମିଳିବା ପରେ ସେ ଚୋରାଇ ଲୁଚାଇ ଆପଣଙ୍କ ଫୋନ୍ ଚେକ୍ କରି ଏହି ବିଷୟ ଜାଣିବାକୁ ଉଦ୍ୟମ କରିଥାନ୍ତି । ଏପରି କ୍ଷେତ୍ରରେ ନିଜ ପାର୍ଟନରଙ୍କ ମନରେ ବିଶ୍ୱାସ ଜନ୍ମାନ୍ତୁ ଯେ, କୌଣସିଠାରୁ ଶୁଣିଥିବା ବିଷୟରେ ସେ ବିଶ୍ୱାସ ନକରନ୍ତୁ । ଏହାସହ ନିଜ ପାର୍ଟନରଙ୍କ ସହ ଆଲୋଚନା କରି ତାଙ୍କ ମନରେ ସନ୍ଦେହ ଥିବା ସମସ୍ତ ବିଷୟ କ୍ଲିଅର କରନ୍ତୁ ।

ଭରସା ଭାଙ୍ଗନ୍ତୁ ନାହିଁ

ଗୋଟିଏ ଥର କୌଣସି ସମ୍ପର୍କରୁ ଭରସା ଉଠିଗଲେ ସେହି ସମ୍ପର୍କ କେବେ ବି ଠିକ୍ ହୁଏ ନାହିଁ । ଅନେକ ସମୟରେ ଦେଖାଯାଇଥାଏ ଯେ, ଜଣେ ନିଜ ପାର୍ଟନରଙ୍କୁ ଅନେକ ବିଷୟ ଲୁଚାଇଥାଏ ଏବଂ ଏଥିପାଇଁ ତାଙ୍କୁ ଅନେକ ମିଛର ଆଶ୍ରୟ ନେବାକୁ ପଡ଼ିଥାଏ । ଏହାରି ପଛର ସତ୍ୟ ଖୋଜିବା ପାଇଁ ଆପଣଙ୍କ ପାର୍ଟନର ଆପଣଙ୍କ ଫୋନ୍ ଚେକ୍ କରିଥାନ୍ତି । ତେଣୁ ନିଜ ପାର୍ଟନରଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରନ୍ତୁ ।

ପ୍ରତି ବିଷୟ ସେୟାର କରନ୍ତୁ

ପତି ଓ ପତ୍ନୀ ପରସ୍ପରକୁ ସମସ୍ତ ବିଷୟ ସେୟାର କରିବା ଦ୍ୱାରା ରିଲେସନସିପ୍ ମଜବୁତ ହୋଇଥାଏ । ସେମାନେ ପରସ୍ପରକୁ ନିଜ ଭଲ ସାଙ୍ଗ ଭାବି ଏସବୁ ବିଷୟ ସେୟାର କରିବା ଉଚିତ । ଯଦି ଆପଣଙ୍କୁ ଲାଗୁଥାଏ ଯେ, ଆପଣଙ୍କ ପାର୍ଟନର ସମସ୍ତ ବିଷୟ ଶୁଣି ଇରିଟେଟ ହୋଇଯିବେ, ତେବେ ତାହା ସତ୍ୟ ନୁହେଁ । ତାଙ୍କ ମୁଡ଼୍ ଦେଖି ଏସବୁ ବିଷୟ ଆଲୋଚନା କରନ୍ତୁ ।

ପ୍ରାଇଭେସି ସେୟାର କରନ୍ତୁ ନାହିଁ

କିଛି ଲୋକଙ୍କ ନିଜର ପର୍ସନାଲ ସ୍ପେଷ୍ ଟିକେ ସେନ୍ସିଟିଭ୍ । ସେମାନେ ଚାହାନ୍ତି ନାହିଁ ଯେ, ତାଙ୍କ ପାର୍ଟନର ଅଧିକ ହସ୍ତକ୍ଷେପ କରନ୍ତୁ । କେବେ କେବେ ଏହା ଠିକ୍ ସାବ୍ୟସ୍ତ ହେଉଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଭୁଲ୍ ମଧ୍ୟ ପ୍ରମାଣିତ ହୋଇଥାଏ । ଏହି କାରଣରୁ ଅନେକ କ୍ଷେତ୍ରରେ ଉଭୟ ପାର୍ଟନର ମଧ୍ୟରେ ମନୋମାଳିନ୍ୟ ଦେଖାଦେଇଥାଏ । ଯଦି ଏପରି କ୍ଷେତ୍ରରେ ସେ ଆପଣଙ୍କ ମୋବାଇଲ୍ ଚେକ୍ କରୁଥାନ୍ତି ତେବେ ରାଗନ୍ତୁ ନାହିଁ କିମ୍ବା ନିଜ ମୋବାଇଲ୍ ଫୋନ୍‌କୁ ତାଙ୍କ ହାତକୁ ଦିଅନ୍ତୁ ନାହିଁ । ଏପରି ପ୍ରସଙ୍ଗକୁ ନିଜ ବୁଦ୍ଧିର ଉପଯୋଗ କରି ହ୍ୟାଣ୍ଡେଲ୍ କରନ୍ତୁ । ଅଯଥା ସନ୍ଦେହ କଲେ ଆପଣଙ୍କୁ ଭଲ ଲାଗେ ନାହିଁ ବୋଲି ତାଙ୍କୁ ଭଲ ଭାବେ ବୁଝାଇ ଦିଅନ୍ତୁ ।

Get real time updates directly on you device, subscribe now.