fbpx

ଯାଜପୁର: ବ୍ୟାଟେରୀ ଗାଡି ମାନୁଫାକଚରିଂ ୟୁନିଟ୍‌ରେ ଅଗ୍ନିକାଣ୍ଡ

ଯାଜପୁର: ବଡଚଣା ସ୍ଥିତ ଇଭି ଦୁଇ ଚକିଆ ବ୍ୟାଟେରୀ ଗାଡି ମାନୁଫାକଚରିଂ ୟୁନିଟ୍‌ରେ ଅଗ୍ନିକାଣ୍ଡ। ଘଟଣା ସ୍ଥଳରେ ଭୋରୁ ଭୋରୁୁ ନିଆଁ ଲାଗିଥିବା ସୂଚନା ମିଳିଛି। ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାପାଇଁ ଚେଷ୍ଟା ଚଳାଇଛନ୍ତି। ଅଗ୍ନିକାଣ୍ଡର କାରଣ ଏବେ ଯାଏଁ ଜଣା ପଡିନାହିଁ। ଶର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ ସନ୍ଦେହ କରାଯାଉଛି।

ତେବେ କେତେଟି ଗାଡ଼ିରେ ନିଆଁ ଲାଗିଛି ଓ କେତେ କଣ କ୍ଷୟକ୍ଷତି ହୋଇଛି ତାହା ସୂଚନା ମିଳିପାରି ନାହିଁ । ୫ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତକୁ ଆସିଥିବା ଅଗ୍ନଶମ ବାହିନୀ ଅଧିକାରୀ କହିଛନ୍ତି । ୟୁନିଟ୍‌ର ଷ୍ଟୋରରେ ଥିବା ବ୍ୟାଟେରୀ ଏବଂ ବ୍ୟାଟେରୀ ପାଣି ଥିବା ସ୍ଥାନରେ ନିଆଁ ଲାଗିଥିଲା । ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା କୁହାଯାଉଛି । ପାଖାପାଖି ୮ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଜଳି ପାଉଁସ ହୋଇଯାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.