fbpx

ଜଳସାଥୀ ଆପର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ରେଳ ଅଡ଼ିଟୋରିଅମରେ ଜଳସାଥୀର ଆଜି ଶୁଭାରମ୍ଭ କରାଯାଇଛି । ଜଳସାଥୀ ଆପର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଜଳ କର ଆଦାୟ ଏସଏଚଜି ମହିଳା କରିବେ ।

୧୧୪ ପୌରାଞ୍ଚଳରେ ଜଳ କର ଆଦାୟ କରିବେ ଜଳସାଥୀ । ଏହାସହ ଜଳସାଥୀଙ୍କୁ ପରୀକ୍ଷଣ କିଟ୍ ଓ ପିଓଏସ ମେସିନ ମଧ୍ୟ ଯୋଗାଯିବ । ଏଥି ପାଇଁ ୱାଟକୋ ଓ ଏଏଲଏଫ ସଂସ୍ଥା ସହ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହାସହ ଜଳସାଥୀଙ୍କୁ ନବୀନ ନିବାସର ପାଣି ବିଲର ପଇସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଜଳସାଥୀଙ୍କୁ ରୂପେ କାର୍ଡ଼ରେ ୫୯୩ଟଙ୍କାର ବିଲ୍ ଦେଇଛନ୍ତି ।

ଜଳସାଥୀ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସ୍ୱଚ୍ଛ ପିଇବା ପାଣି ଆବଶ୍ୟକ । ଜଳସାଥୀରେ ମିସନ ଶକ୍ତି ମାଆମାନେ ସାମିଲ ହେବା ଏକ ଖୁସିର କଥା । ମାଆ ମାନେ ସେବା ଯୋଗାଇବାର ସୁଯୋଗ ଏହି ମାଧ୍ୟମରେ ପାଇବେ ।

Get real time updates directly on you device, subscribe now.