fbpx

‘ଜମତରା’ ଗ୍ୟାଙ୍ଗ କବଳରେ ରାଜଧାନୀ: ସାବଧାନ ନ ହେଲେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବ

ଭୁବନେଶ୍ୱର, ୧୫ା୧୨ (ଓଡିଶା ଭାସ୍କର): ଝାଡ଼ଖଣ୍ଡରୁ ରାଜଧାନୀ ଭୁବନେଶ୍ୱରରେ ଆସି ଆଡ୍ଡା ଜମାଇଛନ୍ତି ‘ଜମତରା’ ଗ୍ୟାଙ୍ଗ । କେଇ ମିନିଟ ମଧ୍ୟରେ ଆପଣଙ୍କ ଆକାଉଣ୍ଟର ବାଲାନ୍ସ ଜିରୋ କରିଦେଉଛନ୍ତି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

ମୁଖ୍ୟତଃ ବ୍ୟାଙ୍କର ଗ୍ରାହକମାନଙ୍କୁ ଏହି ଗ୍ୟାଙ୍ଗର ଠକମାନେ ଟାର୍ଗେଟ କରିଥାନ୍ତି । ଆକାଉଣ୍ଟ ନମ୍ବର, ପିନ୍ ନମ୍ବର, ଏଟିଏମ ନମ୍ବର ଆଦି କୌଶଳକ୍ରମେ ମାଗିନେବା ସହ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଥାନ୍ତି । ଠକମାନେ ନିଜକୁ ଏସବିଆଇର କର୍ମଚାରୀ ବୋଲି କହି ଗ୍ରାହକଙ୍କୁ ଆକାଉଣ୍ଟ ବନ୍ଦ କରିବାକୁ ଧମକ ଦେଇଥାନ୍ତି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ ଏ ବିଷୟରେ ସବିଶେଷ ସୂଚନା ଦିଆଯାଇଛି । ଏଭଳି ଅଜଣା ଫୋନ କଲଠାରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଛି ।

Get real time updates directly on you device, subscribe now.