fbpx

୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର, ୧୫ା୧୨ (ଓଡିଶା ଭାସ୍କର): ଆସନ୍ତା ୨୭ ତାରିଖରେ ରାଜଧାନୀର ଲିଙ୍ଗରାଜ ମନ୍ଦିର ଖୋଲିବ । ଏନେଇ ବିଏମସି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଜାନୁଆରୀ ୧ ଓ ୨ ମନ୍ଦିିର ବନ୍ଦ ରହିବ । ଜାନୁଆରୀ ୩ରୁ ୫ ପର୍ଯ୍ୟନ୍ତ ଭୁବନେଶ୍ୱର ବାସିନ୍ଦାଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । ଚଳିତ ମାସ ୨୭ରୁ ୩୧ ଯାଏ ସେବାୟତ ଓ ପରିବାର ଲୋକେ ଦର୍ଶନ କରିପାରିବେ । କରୋନା କଟକଣାକୁ କଡ଼ାକଡ଼ି ମାନିବାକୁ ଭକ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୬ରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ରହିବ ।

ମନ୍ଦିର ପରିସରରେ ଥରକରେ ୫ ଶହରୁ ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ । ଗର୍ଭଗୃହକୁ ସାଧାରଣ ଜନତାଙ୍କ ପ୍ରବେଶ ନିଷେଧ କରାଯାଇଛି । ମନ୍ଦିର ବାହାରେ କୋଭିଡ ପରିକ୍ଷଣ ଶିବିର ବିଏମସି ପକ୍ଷରୁ ଖୋଲାଯିବ । ଉକ୍ତ ଶିବିରରେ ୧୫ ମିନିଟ ମଧ୍ୟରେ କୋଭିଡ୍ ଟେଷ୍ଟ ରିପୋର୍ଟ ମାଗଣାରେ ମିଳିପାରିବ ବୋଲି କମିଶନର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Get real time updates directly on you device, subscribe now.