fbpx

ଜାମ୍ମୁକାଶ୍ମୀର ପୋଲିସ ପ୍ରଶାସନର ମୁଖ୍ୟ ଭାବରେ ଓଡ଼ିଆ ପୁଅଙ୍କୁ ଦାୟିତ୍ୱ: କେନ୍ଦ୍ର ଗୃହମନ୍ତ୍ରଣାୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡ଼ିଶାର ରଶ୍ମୀରଂଜନ ସ୍ବାଇଁ ଜାମ୍ମୁକାଶ୍ମୀର ଡିଜିପି ଭାବେ ନିଯୁକ୍ତି ହୋଇଛନ୍ତି । ଏଜିଏମୟୁଟି କ୍ୟାଡରର ଓଡ଼ିଆ ଆଇପିଏସ୍‌ ରଶ୍ମୀରଂଜନ ସ୍ବାଇଁଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ସୂଚନା ଅନୁସାରେ, ଜାମ୍ମୁକାଶ୍ମୀର ପୋଲିସ୍ ପ୍ରଶାସନର ମୁଖିଆ ଭାର ଗ୍ରହଣ କଲେ ଓଡିଆ ପୁଅ ରଶ୍ମି ରଞ୍ଜନ ସ୍ୱାଇଁ ।

ସେ ଓଡିଶା ରାଉଲକେଲା ଅଞ୍ଚଳର ରଶ୍ମିରଞ୍ଜନ ସେପ୍‌ଟେମ୍ବର ୩୦ ପର୍ୟ୍ୟନ୍ତ ଡିଜି ଭାବେ କାର୍ୟ୍ୟକରିବେ । ଜାମ୍ମୁ କାଶ୍ମୀରରେ ବର୍ତ୍ତମାନ ସ୍ଥିତି ଗମ୍ଭୀର ଥିବା ବେଳେ ୧୯୯୧ ବ୍ୟାଚର ଆଇପିଏସ୍ ରଶ୍ମି ରଞ୍ଜନ ସ୍ବାଇଁଙ୍କୁ ଏହାର ଦାୟିତ୍ବ ଭାର ଦେଇଛନ୍ତି ସରକାର । ବର୍ତ୍ତମାନ ସେ ଜାମ୍ମୁକାଶ୍ମୀରର କାର୍ୟ୍ୟକାରୀ ଡିଜିପି ଅଛନ୍ତି ।

Get real time updates directly on you device, subscribe now.