fbpx

ସେପ୍ଟେମ୍ବରରେ ହେବ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ, ଖୁଲାସା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନର ଆୟୋଜନ ଖୁବଶୀଘ୍ର ହୋଇପାରେ । କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ସୋମବାର ଦିନ କହିଛନ୍ତି ଯେ, ରାଜ୍ୟରେ ବିଧାନସଭା ନିର୍ବାଚନର ଆୟୋଜନ ସେପ୍ଟେମ୍ବରରେ କରାଯିବ । ଜାମ୍ମୁ-କାଶ୍ମୀରରେ ୨୦୧୪ ବର୍ଷରୁ ବାଗରେ ବିଧାନସଭା ନିର୍ବାଚନର ଆୟୋଜନ ହୋଇନାହିଁ । ୨୦୧୯ରେ ରାଜ୍ୟରେ ଧାରା ୩୭୦ ହଟାଯିବା ପରେ ଜାମ୍ମୁ କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଛି । ଏଥିସହ ଲଦାଖକୁ ଜାମ୍ମୁ-କାଶ୍ମୀରରୁ ଅଲଗା କରାଯାଇଥିଲା ।

କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ବିଜେପି ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସୋମବାର ଦିନ ଜାମ୍ମୁର ବାହାର ଅଞ୍ଚଳରେ ରାଲି କର ରେଡ୍ଡୀ ଜାମ୍ମୁ କାଶ୍ମୀରରେ ବିକାଶର ଗତି ବଜାୟ ରଖିବା ଏବଂ ଆତଙ୍କବାଦକୁ ମୂଳୋତ୍ପାଟନ କରିବା ପାଇଁ ନିର୍ବାଚନରେ ବିଜେପିକୁ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ, ୩୭୦କୁ ରଦ୍ଦ କରାଯିବା ପରେ ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ଏବଂ ଏହାର ଗୁପ୍ତଚର ଏଜେନ୍ସି ଆଇଏସଆଇର କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି ।

ଜି କିଶନ ରେଡ୍ଡୀ ରାଲିରେ କହିଛନ୍ତି ଯେ, ବିଧାନସଭା ନିର୍ବାଚନ ସେପ୍ଟେମ୍ବରରେ ହେବ ଏବଂ ଆମ୍ଭର ବିଶ୍ୱାସ ରହିଛି ଯେ, ଲୋକେ ବିଜେପିକୁ ପୂର୍ଣ୍ଣ ବହୁମତରେ କ୍ଷମତାକୁ ଆଣିବ । ଲୋକଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିବ ଯେ, ଜାମ୍ମୁ କାଶ୍ମୀରରେ ସେମାନେ କେଉଁ ସରକାର ଚାହୁଁଛନ୍ତି ତାହା ସ୍ଥିର କରିବାକୁ ପଡିବ, ଯାହା ଧାରା ୩୭୦କୁ ପୁନଃ ସ୍ଥାପିତ କରିବାକୁ କିମ୍ବା ବିଜେପି ନେତୃତ୍ୱାଦୀନ ସରକାର ଯାହା ଜାମ୍ମୁ-କାଶ୍ମୀରକୁ ବିକାଶ, ଶାନ୍ତି ଏବଂ ସମୃଦ୍ଧତାର ନୂତନ ଉଚ୍ଚତାକୁ ନେଇଯିବ ।

Get real time updates directly on you device, subscribe now.