ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର Kishtwarରେ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି । ଶନିବାର ଦ୍ୱିପ୍ରହର ୩ଟା ୧୪ ମିନିଟରେ Kishtwarର ଭୂଇଁ ଦୋହଲିଥିଲା । ଯେଉଁଥିରେ ଲୋକେ ନିଜ ନିଜର ଦୁଆରକୁ ପଳାଇଆସିଲେ ।
ନେସନାଲ ସେଣ୍ଟ ଫର ସେସ୍ମୋଲୋଜୀ ଅନୁଯାୟୀ, ଶନିବାର ଦିନ ଜମ୍ମୁ ଏବଂ କାଶ୍ମୀର Kishtwarରେ ୩ଟା ୧୪ ମିନିଟରେ ୨.୭ ତୀବ୍ରତାର ଭୂମିକମ୍ପ ଆସିଥିଲା । ଏନସିଏସ ଏକ୍ସରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛି ଯେ, ଭୂମିକମ୍ପର ତୀବ୍ରତା ୨.୭ ଥିଲା । ସେହିପରି ଭୂମିକମ୍ପର କେନ୍ଦ୍ର Kishtwarରେ ୫କିମି ଗଭୀରରେ ଥିଲା ।
ଆଶ୍ୱସ୍ତିକର ହେଉଛି ଯେ, ଏହି ଭୂମିକମ୍ପର ତୀବ୍ରତା ଖୁବ କମ ଥିଲା । ଏହି ଅଞ୍ଚଳରେ ଯେତେବେଳେ ଭୂମିକମ୍ପ ଆସେ ତାର ତୀବ୍ରତା ୫ରୁ ଅଧିକ ଥାଏ । ଏହି ଅଞ୍ଚଳକୁ ଅଧିକ ବିପଦପୂର୍ଣ୍ଣ ବୋଲି କୁହାଯାଇଥାଏ ।