fbpx

ହୋଶ ଉଡାଇଦେବ Super Bike; ଆକାଶରେ ଉଡିବ ଚମତ୍କାର ଆବିଷ୍କାର

ନୂଆଦିଲ୍ଳୀ: ଏକ ଜାପାନୀ ଷ୍ଟାର୍ଟ ଅପ୍ କମ୍ପାନୀ ପକ୍ଷରୁ ଏମିତି ଏକ ବାଇକ ଆବିଷ୍କାର କରାଯାଇଛି ଯାହା ଆପଣଙ୍କ ହୋଶ ଉଡାଇବାରେ ସକ୍ଷମ ହେବ । ବାଇକଟି ଆକାଶରେ ଉଡିବ ଏମିତି କିଛି ଆପଣ କଳ୍ପନା ମଧ୍ୟ କରିପାରୁ ନଥିବେ । ମାତ୍ର ଜାପାନର ଏକ ଷ୍ଟାର୍ଟଅପ୍ ଏହାକୁ ବାସ୍ତବତାରେ ପରିଣତ କରିଛି । ଜାପାନର ଫୁଟବଲ ଖେଳାଳି କେଇସୁକେ ହୋଣ୍ଡାଙ୍କ ଦ୍ୱାରା ସ୍ଥାପିତ ଏହି ଷ୍ଟାର୍ଟଅପ୍ ପକ୍ଷରୁ ଏହି ଉଡନ୍ତା ବାଇକ୍ ନିର୍ମାଣ କରାଯାଇଛି । ଏକ ବଡ ଡ୍ରୋନ ଆକୃତିର ଏହି ବାଇକରେ ଏଏଲଆଇ ଟେକ୍ନୋଲୋଜି ବ୍ୟବହୃତ ହୋଇଛି । ମଙ୍ଗଳବାର ଠାରୁ ଏହି ବାଇକର ବିକ୍ରି ଆରମ୍ଭ ହୋଇ ସାରିଥିବା ବେଳେ ଏହାର ମୂଲ୍ୟ ୭୭.୭ ମିଲିୟନ୍ ୟେନ୍ (୬ଲକ୍ଷ ୮୦ ହଜାର ଡଲାର) ବା ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୫ କୋଟି ଟଙ୍କା ରହିଛି । ସୁପରକାର ବ୍ୟବହାର କରୁଥିବା ଜାପାନୀ ଗ୍ରାହକଙ୍କୁ ଏହି ଷ୍ଟାର୍ଟ ଅପ୍ ପକ୍ଷରୁ ଟାର୍ଗେଟ୍ କରାଯାଇଛି ।

ଏହି ବାଇକଟିର ସର୍ବାଧିକ ବେଗ ୧୦୦ କିମି ପ୍ରତି ଘଣ୍ଟା ରହିବ । ଏହା ସହିତ ଆକାଶରେ ଏହା ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ଉଡିପାରିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହି ବାଇକଟିର ନାମ ଏକ୍ସଟୁରସିମୋ ଲିମିଟେଡ ଏଡିସନ ରଖାଯାଇଛି । ଏହା ପୂର୍ବରୁ ଆକାଶରେ ଉଡିବାର ଲକ୍ଷ୍ୟ ରଖାଯାଇଥିଲା ତେବେ ଏକାସାଙ୍ଗରେ ଜମି ଓ ଅ।।କାଶରେ ଯାତ୍ରା କରିବାର ଏହି ଉପାୟ ଅତ୍ୟନ୍ତ ଚମକ୍ରାର ବୋଲି ସିଇଓ ଡାଇସୁକେ କାଟାନୋ ପ୍ରକାଶ କରିଛନ୍ତି । ନାଲି ଏବଂ କଳା ରଙ୍ଗର ଏହି ହୋଭର ବାଇକଟିର ଉପରେ ଏକ ପ୍ରପେଲର ରହିଛି । ଲ୍ୟାଣ୍ଡିଙ୍ଗ ସ୍କିଡ ଉପରେ ଏହି ବାଇକଟି ରହିଥାଏ । ମିଟସୁବିସି ଇଲେକ୍ଟ୍ରିକ୍ ଏବଂ କାୟୋକେରା ପକ୍ଷରୁ ମାଉଣ୍ଟ ଫୁଜି ସ୍ଥିତ ଏକ ରେସ ଟ୍ରାକରେ ଏହାକୁ ପରୀକ୍ଷାମୂଳକ ଭାବରେ ଉଡାଯାଇଥିଲା । କାୱାସାକି ହେଭି ପକ୍ଷରୁ ଏହାର ଇଞ୍ଜିନ ନିର୍ମାଣ କରାଯାଇଥିବା ବେଳେ ଏହା ଉଦ୍ଧାର କାର୍ଯ୍ୟରେ ଲାଗିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.