fbpx

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ

ଶିମିଳିପାଳ(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କଟକଣା ମଧ୍ୟ ଉଠିବାରେ ଲାଗିଛି । ଏହାରି ମଧ୍ୟରେ ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି ଶିମିଳିପାଳ ଅଭୟାରଣ୍ୟ । ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ ପଟୁ ପ୍ରବେଶର ଅନୁମତି ରହିଛି । ସକାଳ ୭ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକମାନେ ପ୍ରବେଶ କରିପାରିବେ । ରାତ୍ରି ରହଣି ଲାଗି କେବଳ ଅନଲାଇନରେ ବୁକିଂ କରିହେବ । ଅଭୟାରଣ୍ୟ ଖୋଲିବା ନେଇ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.