fbpx

ଆରପାରିରେ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ବଡ଼ପୁଅ ଯଶୋବନ୍ତ

ସ୍ୱର୍ଗତ ମହାପାତ୍ରଙ୍କ ଦଶାହରେ ଚାଲିଗଲେ ସାନପୁଅ, ୧୧ଦିନରେ ଆଖି ବୁଜିଲେ ବଡ଼ପୁଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱନାମଧନ୍ୟ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପରିବାର ଉଜୁଡ଼ି ଯାଉଛି । କରୋନା ମହାମାରୀ ଗୋଟିଏ ପରେ ଗୋଟିଏ ପ୍ରାଣ ନେଇଗଲାଣି । ୧୨ ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ପୁରୁଷଙ୍କ ମୁଣ୍ଡ ଗଡ଼ାଇଲାଣି ମହାମାରୀ କରୋନା ।

ବୁଧବାର ସ୍ୱର୍ଗତ ମହାପାତ୍ରଙ୍କ ସାନପୁଅ ତଥା କ୍ରିକେଟର୍ ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଥିଲା । ଆଉ ସେ ଦିନ ଥିଲା ସ୍ୱର୍ଗତ ମହାପାତ୍ରଙ୍କ ଦଶାହ ଦିବସ। ତେବେ ବଡ଼ ଅଭାବନୀୟ ଘଟଣାକ୍ରମେ ଆଜି ତାଙ୍କ ବଡ଼ପୁଅ ତଥା ପ୍ରଶାନ୍ତଙ୍କ ବଡ଼ଭାଇ ଯଶୋବନ୍ତ ମହାପାତ୍ର କରୋନାରେ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କୁ ୫୨ ବର୍ଷ ହୋଇଥିଲା । ବାପାଙ୍କ ୧୧ଦିନରେ ବଡ଼ପୁଅ ମଧ୍ୟ ଆଖି ବୁଜିଦେବା ଭଳି କରୁଣ ଘଟଣା ସାଧାରଣରେ ଦୁଃଖ ଖେଳାଇ ଦେଇଛି । ପଦ୍ମବୀଭୂଷଣ ରଘୁନାଥ ମହାପାତ୍ର ମଧ୍ୟ କରୋନା କାରଣରୁ ପ୍ରାଣ ହରାଇଥିଲେ । ମାତ୍ର ୧୨ ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ପ୍ରାଣ ନେଲାଣି ଘାତକ କରୋନା ।

Get real time updates directly on you device, subscribe now.