ବେଷ୍ଟ ପାର୍ଟନ‌ର୍ସିପ୍‌‌ରେ ନଲାଗୁ କାହା ନଜର: ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ରେକର୍ଡ ସୃଷ୍ଟି କଲେ ବୁମ୍ରା-ଆକାଶଦୀପ

ନୂଆଦିଲ୍ଲୀ: ଗାବା ଟେଷ୍ଟରେ ଯଶପ୍ରୀତ ବୁମ୍ରା ଓ ଆକାଶଦୀପଙ୍କ ଯୋଡ଼ି ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଯାହା ପୂର୍ବରୁ ଏକବିଂଶ ଶତାବ୍ଦୀରେ କେହି କରିପାରିନଥିଲେ। ଚତୁର୍ଥ ଦିନ ଶେଷ ସୁଦ୍ଧା ବୁମ୍ରା ଓ ଆକାଶ ୧୦ମ ୱିକେଟ୍ ପାଇଁ ୩୯* (୫୪) ରନ୍ ପାର୍ଟନ‌ର୍ସିପ୍‌‌ କରିଥିଲେ। ଏହା ପୂର୍ବରୁ ଗାବା ଟେଷ୍ଟରେ ଭାରତ ପାଇଁ ୧୦ମ ୱିକେଟ୍ ର ସବୁଠାରୁ ବଡ଼ ଭାଗିଦାରୀ ୧୯୯୧ରେ ହୋଇଥିଲା।

ଯାହାକୁ ମନୋଜ ପ୍ରଭାକର ଓ ଜବାଗଲ ଶ୍ରୀନାଥ କରିଥିଲେ। ବୁମ୍ରା ଓ ଆକାଶଦୀପଙ୍କ ପୂର୍ବରୁ ଗାବା ଟେଷ୍ଟରେ ଭାରତ ପାଇଁ ୧୦ମ ଓ୍ଵିକେଟର ସବୁଠାରୁ ବଡ଼ ଭାଗିଦାରୀ ଥିଲା ୩୩ ରନ୍, ଯାହା ମନୋଜ ପ୍ରଭାକର ଓ ଜବାଗଲ ଶ୍ରୀନାଥଙ୍କ ଥିଲା। ଏବେ ବୁମ୍ରା ଓ ଆକାଶଦୀପ ୩୯* ରନ୍ ର ଭାଗିଦାରୀ କରିଛନ୍ତି। ଚତୁର୍ଥ ଦିନ ଶେଷରେ ବୁମ୍ରା ଓ ଆକାଶ ଅପରାଜିତ ଫେରିଥିଲେ।

ଗାବା ଟେଷ୍ଟରେ ଭାରତର ସବୁଠାରୁ ବଡ଼ ପାର୍ଟନ‌ର୍ସିପ୍‌‌

  • ଯଶପ୍ରୀତ ବୁମ୍ରା ଓ ଆକାଶଦୀପ- ୩୯* ରନ୍ (୨୦୨୪)
  • ମନୋଜ ପ୍ରଭାକର ଓ ଜବାଗଲ ଶ୍ରୀନାଥ- ୩୩ ରନ୍ (୧୯୯୧)
  • ମୋଟାଗନାହାଲ୍ଲୀ ଜୟସିଂହ ଓ ଉମେଶ କୁଲକର୍ଣ୍ଣି- ୨୨ ରନ୍ (୧୯୬୮)
  • ଭେଙ୍କଟପତି ରାଜୁ ଓ ଜବାଗଲ ଶ୍ରୀନାଥ – ୧୪ ରନ୍ (୧୯୯୧)
  • ଇଶାନ୍ତ ଶର୍ମା ଓ ଉମେଶ ଯାଦବ- ୧୪ ରନ୍ (୨୦୧୪)

ଗୋଟିଏ ସମୟରେ ଲାଗୁଥିଲା ଯେ ଭାରତକୁ ଫଲୋଅନ୍ ମିଳିବ, କିନ୍ତୁ ଯଶପ୍ରୀତ ବୁମ୍ରା ଓ ଆକାଶଦୀପଙ୍କ ଚମତ୍କାର ଭାଗିଦାରୀ ଦଳକୁ ଫଲୋଅନ୍ରୁ ରକ୍ଷା କରିଥିଲା। ଚତୁର୍ଥ ଦିନ ଶେଷ ସୁଦ୍ଧା ଦୁହେଁ ଦଶମ ୱିକେଟ୍ ପାଇଁ ୩୯* ପାର୍ଟନରସିପ୍ କରିଛନ୍ତି। ଗାବା ଟେଷ୍ଟରେ ବର୍ଷା ଯୋଗୁଁ ଅନେକ ଅସୁବିଧା ସୃଷ୍ଟି ହୋଇଛି। ବର୍ଷା ଯୋଗୁଁ ପ୍ରଥମ ଦିନରେ ମାତ୍ର ୧୩.୨ ଓଭର ଖେଳାଯାଇପାରିଥିଲା। ଏହାପରେ ଦ୍ୱିତୀୟ ଦିନରେ ପୂରା ମ୍ୟାଚ୍ ଖେଳାଯାଇଥିବା ବେଳେ ତୃତୀୟ ଦିନରେ ବର୍ଷା ସମସ୍ୟା ସୃଷ୍ଟି କରିଥିବାରୁ ପୂରା ଦିନର ଖେଳ ହୋଇପାରିନଥିଲା।

ଏହାପରେ ଚତୁର୍ଥ ଦିନ ପାଇଁ ବର୍ଷା ସମସ୍ୟା ବଢ଼ାଇ ଦେଇଥିଲା। ଚତୁର୍ଥ ଦିନ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୨୫୨/୯ ସ୍କୋର କରିଛି। ଦଳ ପକ୍ଷରୁ ବୁମ୍ରା ଓ ଆକାଶଦୀପ ଅପରାଜିତ ରହି ଫେରିଥିଲେ। ଏବେ ଭାରତୀୟ ଦଳ ୧୯୩ ରନ୍ ପଛରେ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଷ୍ଟ୍ରେଲିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୪୪୫/୧୦ ସ୍କୋର କରିଥିଲା।