fbpx
BSKY SKY
BSKY SKY

କପିଳ ଦେବଙ୍କ ରେକର୍ଡ ଭାଙ୍ଗିଲେ ବୁମରା, ଟେଷ୍ଟ କ୍ରିକେଟରେ ଅତିକ୍ରମ କଲେ ଏହି ମାଇଲ ଖୁଣ୍ଟ

BSKY

ଲଣ୍ଡନ:ଭାରତୀୟ ପେସ୍‌ ବୋଲର ଯଶପ୍ରୀତ ବୁମରା ଟେଷ୍ଟ କ୍ରିକେଟରେ ୧୦୦ ୱିକେଟ ପୂରଣ କରି ପୂର୍ବତନ ବିଶ୍ୱକପ ବିଜୟୀ ପେସ୍‌ ବୋଲର କପିଳ ଦେବଙ୍କ ରେକର୍ଡ ଅତିକ୍ରମ କରିଛନ୍ତି । କପିଳ ଦେବ ୨୫ ଟେଷ୍ଟ ଖେଳି ୧୦୦ତମ ୱିକେଟ ପୂରଣ କରିଥିବା ବେଳେ ବୁମରା ୨୪ ଟେଷ୍ଟ ଖେଳି ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । ଏଠାରେ ଚାଲିଥିବା ଇଂଲଣ୍ଡ ବିକ୍ଷ ଚଳିତ ଟେଷ୍ଟ କ୍ରିକେଟ ସିରିଜର ଚତୁର୍ଥ ମ୍ୟାଚରେ ବୁମରା ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଓଲି ପୋପଙ୍କୁ ଆଉଟ କରି ବୁମରା ଏହି ସଫଳତା ହାସଲ କରିଛନ୍ତି । ଭାରତର ଅନ୍ୟତମ ପେସ୍‌ ବୋଲର ଇର୍ଫାନ ପଠାଣ ୨୮ ଟେଷ୍ଟରେ ୧୦୦ ୱିକେଟ ପୂରଣ କରିଥିଲେ । ତେବେ ଭାରତର ସବୁଠାରୁ ଦ୍ରୁତତମ ବୋଲର ଭାବେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୨୦୧୩ରେ ୱେଷ୍ଟ ବିକ୍ଷ ସିରିଜରେ ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ । ଅଶ୍ୱିନ ୧୮ ଟେଷ୍ଟ ଖେଳି ହାସଲ କରିଥିଲେ ୧୦୦ ୱିକେଟ ।

Get real time updates directly on you device, subscribe now.