fbpx

ନାବାଳିକାକୁ ୨ ଦିନ ଧରି କରିଥିଲେ ଗଣଦୁଷ୍କର୍ମ, ଯେତେ ଚିତ୍କାର କଲେ ବି…

ପୁଣେ: ମହାରାଷ୍ଟ୍ରର ପୁଣେରୀ ପୁଣି ଏକ ହୃଦୟ ବିଦାରକ ଖବର ସାମ୍ନରକୁ ଆସିଛି, ଯେଉଁଠି କିଛି ଅମଣିଷ ୨ ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ । ନାବାଳିକାର ବୟସ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ତାକୁ ପୁଣେ ରେଳ ଷ୍ଟେସନରୁ ଅପହରଣ କରାଯାଇଥିଲା । ଅପହରଣ ପରେ ୨ ରେଳ କର୍ମଚାରୀ ଓ କିଛି ରିକ୍ସା ଚାଳକ ମିଶି ନାବାଳିକା ସହିତ ଅତି ନିଷ୍ଠୁରତା ଓ ବର୍ବରତାର ସମସ୍ତ ସୀମା ଅତିକ୍ରମ କରିଥିଲେ । ଏହି ମାମଲାରେ ୮ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ସୂଚନା ମୁତାବକ, ୧୩ ବର୍ଷର ପୀଡିତା ନାବାଳିକା ଅଗଷ୍ଟ ୩୧ ରାତିରେ ନିଜ ଗାଁକୁ ଯିବା ପାଇଁ ପୁଣେ ରେଳ ଷ୍ଟେସନକୁ ଆସିଥିଲା । ଏହି ସମୟରେ କିଛି ଅଭିଯୁକ୍ତ ନାବାଳିକା ପାଖକୁ ଆସି କଥା ହୋଇଥିଲେ ଓ ଏତେ ରାତିରେ ଟ୍ରେନ୍ ମିଳିବ ନାହିଁ ବୋଲି କହିଥିଲେ । ଏପରି କହି ସେମାନେ ନାବାଳିକାକୁ ରେଳ ଷ୍ଟେସନ ବାହାରକୁ ଆଣିଥିଲେ । ଏହା ପରେ ଅପହରଣ କରି ନାବାଳିକାକୁ ଭାନଭାଡି ଅଞ୍ଚଳକୁ ଆଣିଥିଲେ । ସେଠାରେ ନାବାଳିକା ସହିତ ନିର୍ଦ୍ଦୟତାର ସମସ୍ତ ସୀମା ଅତିକ୍ରମ କରି ୨ ଦିନ ପର୍ଯ୍ୟନ୍ତ ଲଗାତାର ବଳାତ୍କାର କରିଥିଲେ । ନାବାଳିକା ଜଣକ ଅସହାୟ ଭାବେ ଯେତେ କାନ୍ଦିଲେ, ଚିତ୍କାର କରିବା ସହ ଛାଡିଦେବାକୁ କହିଥିଲେ ବି ଶୁଣିନଥିଲେ ଅଭିଯୁକ୍ତ ।

ରବିବାର ସନ୍ଧ୍ୟାରେ ଏହି ଖବର ଆସିବା ପରେ ସାରା ସହରରେ ଆତଙ୍କ ଖେଳିଯାଇଥିଲା । ଘଟଣାକୁ ଗଭୀରତାକୁ ଦେଖି ପୋଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରିଥିଲା । ଏହା ପରେ ଅଭିଯୁକ୍ତଙ୍କ ଚିହ୍ନଟ କରିବା ପରେ ୮ ଜଣଙ୍କୁ ଗିରଫ କରିନେଲା ପୋଲିସ । ଏହି ଘଟଣାରେ ଆଉ କିଛି ଅଭିଯୁକ୍ତ ଜଡିତ ହେବାର ସମ୍ଭାବନା ରହିଛି । ପୋଲିସ ଏବେ ବି ଛାନଭିନ୍ ଜାରି ରଖିଛି ।

Get real time updates directly on you device, subscribe now.