ଜସପ୍ରୀତ ଓ ସଞ୍ଜନାଙ୍କ ସରିଲା ବାହାଘର, ସାମ୍ନାକୁ ଆସିଲା ପ୍ରଥମ ଫଟୋ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ,୧୫ ।୩: ଭାରତୀୟ ଟିମର ଧୁରନ୍ଦର ବୋଲର ଜସପ୍ରିତ ବୁମରା ଓ ସ୍ପୋର୍ଟସ୍ ଆଙ୍କର ସଞ୍ଜନା ଗଣେସନଙ୍କ ବାହାଘର ଆଜି ସମ୍ପନ୍ନ ହୋଇଛି । ପଞ୍ଜାବର ରୀତିନୀତି ଓ ଘନିଷ୍ଠ ସମ୍ପର୍କୀଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କ ବାହାଘରକୁ ନେଇ ଗତ କିଛି ଦିନ ହେବ ବେଶ ଚର୍ଚ୍ଚା ଜୋର ଧରିଥିଲା ।

ସଞ୍ଜନା ସ୍ପୋର୍ଟସ୍ ଆଙ୍କର ହେବା ବ୍ୟତୀତ ସେ ଅନେକ ବ୍ୟାଡମିଣ୍ଟନ୍ ଏବଂ ଫୁଟବଲ୍ ଇଭେଣ୍ଟରେ ମଧ୍ୟ ହୋଷ୍ଟ କରିଛନ୍ତି। ସଞ୍ଜନା ସିମ୍ବୋସିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପୁଣେରୁ ସଫ୍ଟୱେୟାର ଇଞ୍ଜିନିୟର ଡିଗ୍ରୀ ହାସଲ କରିଛନ୍ତି।

ତେବେ ଜସପ୍ରୀତ ବାହାଘର ପାଇଁ ବିସିସିଆଇ ଠାରୁ ଛୁଟି ଆଣିଥିଲେ । ଯାହା ଫଳରେ ଇଂଲଣ୍ଡ ବିରୋଧ ଟି-୨୦ ମ୍ୟାଚରେ ସେ ଅଂଶଗ୍ରହଣ କରିପାରିନଥିଲେ । ଉଭୟ ଜସପ୍ରୀତ ଓ ସଞ୍ଜନା ନିଜ ସମ୍ପର୍କକୁ ଗୋପନୀୟ ରଖିଥିଲେ । କେବେ ବି ଗଣମାଧ୍ୟମ ସାମ୍ନାକୁ ଏକାଠି ଆସିନଥିଲେ । ଏଥିପାଇଁ ସେମାନଙ୍କ ବାହାଘରକୁ ନେଇ ପ୍ରଶଂସକମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି । ଜସପ୍ରୀତ ଟ୍ୱିଟରରେ ସୋମନଙ୍କ ବାହାଘର ଫଟୋକୁ ସେୟାର କରି ପ୍ରଶଂସକମାନଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି ।

Get real time updates directly on you device, subscribe now.