fbpx

ଜେଏନୟୁରେ ଆକ୍ରମଣ, ଭୟରେ କ୍ୟାମ୍ପସ ଛାଡିଲେ ଛାତ୍ର

ନୂଆଦିଲ୍ଲୀ,୬ ।୧: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଗତକାଲି ହୋଇଥିବା ହିଂସାକୁ ନେଇ ଆଜି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିଶ୍ୱବିଦ୍ୟାଳୟରେ ପଶି ଏବିଭିପି ଛାତ୍ରମାନେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜେଏନୟୁ ଛାତ୍ର ସଂଘ ଅଧ୍ୟକ୍ଷଙ୍କ ସମେତ ୨୮ ଜଣ ଆହତ ହୋଇଥିବା ବେଳେ ଆହତ ଛାତ୍ର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଏନେଇ କ୍ୟାମ୍ପସ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଆକ୍ରମଣ ପ୍ରତିବାଦରେ ମୁମ୍ବାଇରେ ବିରୋଧ ପ୍ରଦର୍ଶନ କରାଯାଉଛି । ଆକ୍ରମଣକୁ ନେଇ ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

ଅନ୍ୟପଟେ ଆକ୍ରମଣ ଭୟରେ କଲେଜ କ୍ୟାମ୍ପସ ଛାଡୁଛନ୍ତି ଜେଏନୟୁ ଛାତ୍ର । ଏଡି ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସର କମିଟି ଗଠନ ହୋଇଥିବା ବେଳେ ତଦନ୍ତ ଦାୟିତ୍ୱରେ ୪ ଇନ୍ସପେକ୍ଟର ଓ ୨ ଏସିପି ରହିଛନ୍ତି ।

ତେବେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଛାତ୍ରାବାସ ଫି ପ୍ରସଙ୍ଗରେ ରବିବାର ସନ୍ଧ୍ୟାରେ ବଡ଼ଧରଣର ହିଂସା ଦେଖିବାକୁ ମିଳିଥିଲା । ସାବରମତୀ ହଷ୍ଟେଲ ସମେତ ଅନେକ କୋଠାରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ଆକ୍ରମଣକାରୀମାନେ ଶିକ୍ଷକମାନଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ଏହି ଗଣ୍ଡଗୋଳରେ ଛାତ୍ରସଂଘର ସଭାପତି ଆଇଶ ଘୋଷ ଗୁରୁତର ହୋଇଛନ୍ତି । ତାଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ।

Get real time updates directly on you device, subscribe now.