fbpx

ଅଭ୍ୟାସ ସମୟରେ ନାଚିଲେ ଓ ଗାଇଲେ ଯବାନ: ଦେଖନ୍ତୁ ମଜାଦାର Video

ନୂଆଦିଲ୍ଲୀ:ଗୀତର ତାଳେ ତାଳେ ମସଗୁଲ ହୋଇଯାଇଛନ୍ତି ଆମ ଯବାନ । ଯବାନଙ୍କର ଟ୍ରେନିଂ ଚାଲିଥାଏ ପୁଣି ପୁରା କଦମତାଲ ସହ । ପୋଲିସ ଟ୍ରେନିଂ । ଏହି ଟ୍ରେନିଂ ସମୟରେ କ୍ୟାମ୍ପରେ କଠିନ ପରିଶ୍ରମ ସହ ଅନୁଶାସନ ସହ ରହିବାକୁ ପଡିଥାଏ । ବଡି ଭୋରରୁ ଆରମ୍ଭ କରି ସଂନ୍ଧ୍ୟା ପର୍ଯ୍ୟନ୍ତ, ଟ୍ରେନିଂ କ୍ୟାମ୍ପରେ କରିବାକୁ ପଡିଥାଏ ପୁରା କସରତ । ଆଉ ପୁଣି ଟ୍ରେନିଂ ସମୟରେ ଟିକେ ବି ଭୁଲ ହେଲେ ଟ୍ରେନର ଯେଉଁ ଦଣ୍ଡ ଦେଇଥାନ୍ତି ତାହା ତ ଭାବିବା ବି କଷ୍ଟଦାୟକ ।ଏହି ଭିଡିଓରେ ଟ୍ରେନିଂ କ୍ୟାମ୍ପର କିଛି ପୋଲିସ ପ୍ରଶିକ୍ଷାର୍ଥୀ ନିଜର ସବୁ ଦାୟିତ୍ୱ ଏବଂ କଠିନ ପରିଶ୍ରମ ଠାରୁ ଦୂରେଇ ରହି ଏଭଳି କିଛୀ ନିଆରା ଢଙ୍ଗରେ ସମୟ ବିତାଇଛନ୍ତି ।

ଟ୍ରେନିଂ ସମୟର ଏଭଳି କିଛି ଗୀତ ସହ ତାଙ୍କର ଡ୍ୟାନ୍ସ ଭିଡିଓ ଦେଖିଲେ କିଛି ସମୟ ପାଇଁ ଆପଣମାନେ ବି ଖୁସି ହୋଇଯିବେ । ଯବାନ ମାନଙ୍କର ଏଭଳି ଟ୍ରେନିଂ ପ୍ରଶିକ୍ଷଣ ସମୟର ଗୀତରେ ତାଳରେ ତାଳ ଦେଇ ଡ୍ୟାନ୍ସ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ..

Get real time updates directly on you device, subscribe now.