fbpx

ଜେଡିୟୁ ବିଧାୟିକା ବୀମା ଭାରତୀଙ୍କ ଇସ୍ତଫା: ଲୋକସଭା ନିର୍ବାଚନ ପୂର୍ବରୁ ନୀତିଶଙ୍କୁ ବଡ଼ ଝଟକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ୭ଟି ପର୍ଯ୍ୟାୟରେ ଦେଶରେ ଲୋକସଭା ନିର୍ବାଚନ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଭନ୍ନ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାମାନେ ଦଳ ବଦଳ କରୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ବିହାରର ଜେଡିୟୁ ବିଧାୟିକା ବୀମା ଭାରତୀ ଦଳରୁ ଇସ୍ତଫା ଦେଇଛନ୍ତି । ବୀମା ପୂର୍ଣ୍ଣିୟା ଜିଲ୍ଲାର ରୂପୌଲୀ ଆସନରୁ ବିଧାୟିକା ରହିଥିବା ବେଳେ ସେ ନିଜର ଇସ୍ତଫା ପତ୍ର ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାରଙ୍କ ନିକଟକୁ ପଠାଇ ଦେଇଛନ୍ତି । ବୀମା ଦଳ ଛାଡ଼ିବା ଫଳରେ ନୀତିଶଙ୍କୁ ଏକ ବଡ଼ ଝଟକା ଲାଗିଛି । ଆଗାମୀ ଲୋକସଭା ନିର୍ବାଚନରେ ବୀମା ରାଜେଡି ଟିକେଟରେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.