fbpx

NCERT ଜାରି କଲା ନୂଆ ସିଲାବସ୍: ୨୦୨୪-୨୫ ଶିକ୍ଷାବର୍ଷରେ କେବଳ ୩ୟ ଓ ୬ଷ୍ଠ ଶ୍ରେଣୀ ପାଇଁ ନୂଆ ପାଠ୍ୟ ପୁସ୍ତକ ଆସିବ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ନୂଆ ସିଲାବସ୍ ଜାରି କରାଯାଇଛି । ଆସନ୍ତା ଏପ୍ରିଲ ମାସ ପହିଲାରୁ ଆଗାମୀ ଶିକ୍ଷାବର୍ଷ ଆରମ୍ଭ ହେଉଥିବା ବେଳେ ଏଥିପାଇଁ କେବଳ ୩ୟ ଓ ୬ଷ୍ଠ ଶ୍ରେଣୀ ପାଇଁ ନୂଆ ପାଠ୍ୟ ପୁସ୍ତକ ଆସିବ । ଅନ୍ୟ କୌଣସି ଶ୍ରେଣୀର ପୁସ୍ତକରେ କୌଣସି ପରିବର୍ତ୍ତନ ହେବ ନାହିଁ । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଠ୍ୟ ପୁସ୍ତକ ଗତ ବର୍ଷ ପରିବର୍ତ୍ତନ ହୋଇଥିଲା ।

ନୂଆ ପୁସ୍ତକକୁ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଏକ ବଡ଼ ଅପଡେଟ୍ ଦିଆଯାଇଛି । ଆସନ୍ତା ବର୍ଷ ମାର୍ଚ୍ଚରେ ହେବାକୁ ଥିବା ବୋର୍ଡ ପରୀକ୍ଷା ପାଠ୍ୟକ୍ରମରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏନସିଇଆରଟି ପକ୍ଷରୁ ଏକ ପତ୍ର ମାଧ୍ୟମରେ ସିବିଏସଇକୁ ସୂଚିତ କରାଯାଇଥିବା ସିବିଏସଇ ନିର୍ଦ୍ଦେଶକ (ଆକାଡେମିକ) ଜୋସେଫ ଏମ୍ମନୁଲ କହିଛନ୍ତି । ୩ୟ ଓ ୬ଷ୍ଠ ଶ୍ରେଣୀ ପାଇଁ ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ ଚାଲିଛି । ଖୁବଶୀଘ୍ର ତାହା ଜାରି କରାଯିବ ବୋଲି ଏନସିଇଆରଟି ପକ୍ଷରୁ କୁହାଯାଇଛି ।

ବର୍ଷ ୨୦୨୩ ପର୍ଯ୍ୟନ୍ତ ଏନସିଇଆରଟି ଦ୍ୱାରା ପ୍ରକାଶିତ ପାଠ୍ୟପୁସ୍ତକ ବଦଳରେ ୩ୟ ଓ ୬ଷ୍ଠ ଶ୍ରେଣୀର ନୂଆ ପାଠ୍ୟପୁସ୍ତକ ଓ ପାଠ୍ୟକ୍ରମକୁ ଲାଗୁ କରିବାକୁ ସ୍କୁଲମାନଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହିତ ୬ଷ୍ଠ ଶ୍ରେଣୀ ପାଇଁ ଏକ ବ୍ରିଜ କୋର୍ସ ଓ ୩ୟ ଶ୍ରେଣୀ ପାଇଁ ସଂକ୍ଷିପ୍ତ ନିୟମାବଳୀ ଏନସିଇଆରଟି ଦ୍ୱାରା ପ୍ରସ୍ତୁତ କରାଯାଉଛି ।

Get real time updates directly on you device, subscribe now.