fbpx

ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା

ଭୁବନେଶ୍ୱର, ଅକ୍ଟୋବର ୩ରେ ହେବ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା । ଗତକାଲିଠୁ ଏଥିପାଇଁ ପଞ୍ଜୀକରଣ ପକ୍ରିୟା ଶେଷ ହୋଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ବା ଆଇଆଇଟିରେ ନାମଲେଖିବା ପାଇଁ  ଏହି ପରୀକ୍ଷାରେ ଗୁରୁତ୍ବପୂର୍ଣ୍ଣ ଅଟେ। ଏହି ପରୀକ୍ଷାର ର‌୍ୟାଙ୍କ୍‌ ହାସଲ କରିବାକୁ ପଡିଥାଏ । ଜେଇଇ ମେନ୍‌ରେ ଶ୍ରେଷ୍ଠ ୨ ଲକ୍ଷ ୫୦ ହାଜର ଛାତ୍ରଛାତ୍ରୀଙ୍କୁ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଦେବା ଲାଗି ସୁଯୋଗ ମିଳିଥାଏ ।

ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଜେଇଇ ଆଡଭାନ୍ସଡର ସର୍ବନିମ୍ନ କଟ ଅଫ୍‌ ପ୍ରକାଶ ପାଇଥିଲା । ସାଧାରଣ ବର୍ଗ ପାଇଁ ୮୭.୮୯୯ ପର୍ସେଣ୍ଟାଇଲ୍‌, ଇଡବ୍ଲୁଏସ୍‌ ବର୍ଗ ପାଇଁ ୬୬.୨୨୧, ଓବିସି ବର୍ଗ ୬୮.୦୨୩, ଅନୁସୂଚିତ ଜାତି ପାଇଁ ୪୬.୮୮୨, ଏବଂ ଅନୁସୂଚିତ ଜନଜାତି ବର୍ଗ ପାଇଁ ୩୪.୬୭୩ ପର୍ସେଣ୍ଟାଇଲ୍‌ ରଖିଥିବା ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପାଇଁ ଆବେଦନ କରିଛନ୍ତି ।

ଚଳିତ ବର୍ଷ ଆଇଆଇଟି ଖଡ଼ଗପୁର ଜେଇଇ ଆଡଭାନ୍ସଡ୍ ପରୀକ୍ଷା ପରିଚାଳନା କରିବ । ଏହି ପରୀକ୍ଷାର ଫଳାଫଳ ଅନୁଯାୟୀ କୃତି ଛାତ୍ରଛାତ୍ରୀମାନେ ଦେଶର ମର୍ଯ୍ୟାଦାସଂପନ୍ନ ୨୩ଟି ଆଇଆଇଟିରେ ନାମ ଲେଖାଇ ପାରିବେ । ଜେଇଇ ମେନ୍ ପରୀକ୍ଷା ଫଳାଫଳ ଆଧାରରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ଜୁଲାଇ ୩ ତାରିଖରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ କରୋନା ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।

Get real time updates directly on you device, subscribe now.