fbpx

ପ୍ରକାଶ ପାଇଲା JEE ମେନ୍ -୨୦୨୩ ପେପର-2 ରେଜଲ୍ଟ, ଜାଣନ୍ତୁ କିପରି ଜାଣିବେ ନିଜର ସ୍କୋରକାର୍ଡ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ(ଏନ୍‌ଟିଏ) ଜେଇଇ ମେନ୍‌-୨୦୨୩ ପେପର୍ -୨ ରେଜଲ୍ଟ ପ୍ରକାଶ ପାଇଛି। ଏହି ରେଜଲ୍ଟ ଦେଖିବା ପାଇଁ ଆପଣ ଜେଇଇର ଅଫିସିଆଲ ୱେବ୍‌ସାଇଟ୍ jeemain.nta.nic.in. ଯାଇ ଦେଖିପାରିବେ। ଜେଇଇ ମେନ୍ ୨୦୨୩ ଦ୍ୱିତୀୟ ସିଜିନ୍ ପେପର-୨ ସ୍କୋରକାର୍ଡ ଆପ୍ଲିକେସନ୍ ନମ୍ବର ଏବଂ ଜନ୍ମ ତାରିଖ ଦେଇ ଡାଉନଲୋଡ୍ କରିପାରିବେ ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍‌ନୋଲୋଜି ସହିତ ବିଭିନ୍ନ ସଂସ୍ଥାର ବି.ଆର୍କ ଏବଂ ବି. ପ୍ଲାନିଙ୍ଗ୍ ପାଠ୍ୟକ୍ରମ ପାଇଁ ମଧ୍ୟ ପ୍ରବେଶ ପରୀକ୍ଷା ହୋଇଥିଲା । ଜେଇଇ ମେନ୍ ପରୀକ୍ଷା ଦୁଇଟି ଭାଗରେ ହୋଇଥାଏ । ପେପର୍ ୧ରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଇଚ୍ଛୂକ ଛାତ୍ରମାନଙ୍କ ପାଇଁ ପ୍ରବେଶ ପରୀକ୍ଷା ଆୟୋଜିତ ହୋଇଥାଏ । ସେହିପରି ପେପର୍ ୨ ଆର୍କିଟେକଚର୍ ଏବଂ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ପାଇଁ ହୋଇଥାଏ ।

Get real time updates directly on you device, subscribe now.