fbpx

କଡ଼ା ସୁରକ୍ଷାରେ ହେବ ନୂଆ ସଂସଦର ଉଦଘାଟନ, ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ ହେଉଛି ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଆଗାମୀ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରିବେ । ତେବେ ଏହି ଦିନ ଦିଲ୍ଲୀରେ ରାଜଧାନୀ କ୍ଷେତ୍ରର ସୁରକ୍ଷା ଏବଂ ବିଶେଷକରି ସଂସଦ ଭବନର ସୁରକ୍ଷା କିପରି ହେବ ସେନେଇ ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ ହାଇ ଲେବୁଲର ମିଟିଙ୍ଗ ଚାଲୁଛି ।

ଏହି ସମାରୋହରେ କେତକ ରାଜନୈତିକ ଦଳ ସାମିଲ ହେବାର ନିଷ୍ପତ୍ତି ନେଇଛନ୍ତି ତ ଅନ୍ୟ କେତକ ଦଳ ଏହାକୁ ନେଇ ପ୍ରତିବାଦ କରିବେ ବୋଲି ସୁଚନା ମିଳିଛି । ଏହାରି ମଧ୍ୟରେ ଦିଲ୍ଲୀ ଜିଲ୍ଲାରେ ସିକ୍ୟୁରିଟି ଫୋର୍ସ ମୁତୟନ କରାଯିବା ନେଇ ସମୀକ୍ଷା ପ୍ରସ୍ତୁତ କରାଯାଉଛି । ମଲ୍ଟି ସିକ୍ୟୁରିଟିର ପ୍ରସ୍ତୁତିକୁ ନେଇ ମିଟିଙ୍ଗ ଚାଲୁଛି ।

ନୂଆ ସଂସଦ ଭବନର ଉଦଘାଟନକୁ ୧୯ଟି ବିପକ୍ଷ ଦଳ ବିରୋଧର କରୁଛନ୍ତି । ତାଙ୍କ କହିବା କଥା ହେଉଛି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ ତେବେ ଆମେ ଏହି କାର୍ଯ୍ୟକ୍ରମରେ ଭାଗ ନେବୁ ନାହିଁ ।

Get real time updates directly on you device, subscribe now.