fbpx

ଜୁଲାଇ ୧୮ରୁ JEE ମେନ୍

ନୂଆଦିଲ୍ଲୀ, ୫ା୫: କରୋନା ସ୍ଥିତି ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହାସହ ସମସ୍ତ ପରୀକ୍ଷା ବାତିଲ ମଧ୍ୟ କରାଯାଇଥିଲା । କିନ୍ତୁ ଜୁଲାଇ ୧୮ରୁ JEE ମେନ୍ ପ୍ରବେଶିକା ପରୀକ୍ଷା କରାଯିବ । ଜୁଲାଇ ୧୮ରୁ ୨୩ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଚାଲିବ । ଜୁଲାଇ ୨୬ରେ ନିଟ୍ ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ମଧ୍ୟ ଦିନ ଧାର୍ଯ୍ୟ କରାଯାଇଛି । ଏହାସହ ଅଗଷ୍ଟ ମାସରେ JEE ଆଡ଼ଭାନ୍ସ ପରୀକ୍ଷା ହେବ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଖୁବଶୀଘ୍ର ସିବିଏସଇ ପରୀକ୍ଷା ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.