fbpx

ଏହି ରାଜ୍ୟରେ କାଲିଠାରୁ ଖୋଲିବ ମଦ ଦୋକାନ, ହୋମ୍ ଡେଲିଭରୀ କରିବେ ସରକାର

କରୋନାକୁ ନେଇ ସାରା ଦେଶରେ ମେ ୧୭ ଯାଏଁ ଲକ୍-ଡାଉନ୍ ବୃଦ୍ଧି ହୋଇଛି । ଏହାରି ମଧ୍ୟରେ ଆସନ୍ତାକାଲିଠାରୁ ପଞ୍ଜାବରେ ମଦ ଦୋକାନ ଖୋଲିବ । ଲକ୍-ଡାଉନ୍ ଯୋଗୁଁ ଏଠାରେ ମଦ ଦୋକାନ ବନ୍ଦ ହୋଇଥିଲା । କୁହାଯାଉଛି ଯେ, ସନ୍ଧ୍ୟା ୬ଟା ଯାଏଁ ଏହି ରାଜ୍ୟରେ ମଦର ହୋମ୍ ଡେଲିଭରୀ କରାଯିବ । ପ୍ରତ୍ୟେକ ଜିଲ୍ଲାରେ ମଦର ହୋମ୍ ଡେଲିଭରୀ ପ୍ରକ୍ରିୟା ସ୍ଥାନୀୟ ପ୍ରଶାସନ ସ୍ଥିର କରିବେ । ତେବେ ପଞ୍ଜାବରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୩ରେ ପହଞ୍ଚିଥିବା ବେଳେ ୨୩ ଜଣଙ୍କର ମୃତ୍ୟୁ ହୋଇସାରିଛି ।

Get real time updates directly on you device, subscribe now.