fbpx

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

AAKASH

ନୂଆଦିଲ୍ଲୀ, ଜେଇଇ ମେନ୍‌ ତୃତୀୟ ସେସନ୍‌ର ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୧୭ ଜଣ ୧୦୦ ପରସେଣ୍ଟାଇଲ ସ୍କୋର କରିଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଫଳ ପ୍ରକାଶ କରାଯାଇଛି । ଆନ୍ଧ୍ରପ୍ରଦେଶର କରନାମା ଲୋକେଶ ସବୁଠୁ ଅଧିକ ନମ୍ବର ରଖି ୧ ନମ୍ବର ସ୍ଥାନ ହାସଲ କରିଛନ୍ତି । ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ୪ ଜଣ ଲେଖାଏଁ ଟପ୍ପର ରହିଛନ୍ତି । ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ୩୩୪ ସହରର ୯୧୫ କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା । ଜେଇଇ ମେନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଭାରତର ପ୍ରମୁଖ ଇଂଜିନିୟରିଂ କଲେଜରେ ଆଡମିସନ୍‌ କରିବା ଲାଗି ଯୋଗ୍ୟ ବିବେଚିତ ହେବେ । ସେହିପରି କୃତି ଛାତ୍ରଛାତ୍ରୀମାନେ ଜେଇଇ ଆଡଭାନ୍ସ ବା ଆଇଆଇଟି ପ୍ରବେଶିକା ପରୀକ୍ଷା ଦେବା ପାଇଁ ଯୋଗ୍ୟତା ହାସଲ କରିବେ ।

Get real time updates directly on you device, subscribe now.