fbpx
BSKY
BJD YOUTH SKY
BJD MS SKY

ସ୍ୱାଧୀନତା ଦିବସ ପାଳନ ପାଇଁ ଆସିଲା ଗାଇଡ୍‌ଲାଇନ୍, ଦିନ ୧୧ଟା ଯାଏ କୋହଳ ହେବ କଟକଣା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଚଳିତ ମାସ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ ପାଇଁ ଶନିବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ୧୫ ତାରିଖ ରବିବାର ପଡୁଥିବାରୁ କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହାନ୍ତ ସଟଡାଉନ କଟକଣାକୁ କୋହଳ କରାଯାଇଛି । ଦିନ ୧୧ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କଟକଣା କୋହଳ କରାଯିବା ସହ କୋଭିଡ ଗାଇଡଲାଇନ ଭିତରେ ପତାକା ଉତ୍ତୋଳନ ହେବ ବୋଲି ଦର୍ଶାଯାଇଛି । ପତାକା ଉତ୍ତୋଳନ ବେଳେ ୧୦ ଜଣରୁ ଅଧିକ ଏକାଠି ହେବେନି ବୋଲି ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି । କିନ୍ତୁ କଟକ, ଭୁବନେଶ୍ୱର, ପୁରୀ ସହର ବାହାରେ ୨୦ ଜଣ ଏକାଠି ହୋଇ ପତାକା ଉତ୍ତୋଳନ କରିପାରିବେ ବୋଲି ଦର୍ଶାଯାଇଛି ।

Get real time updates directly on you device, subscribe now.