fbpx

ନୀରଜଙ୍କ ସହିତ କଥାହେଲେ ମୋଦୀ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଟୋକିଓରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ସହିତ ଫୋନରେ କଥା ହୋଇଛନ୍ତି । ନୀରଜଙ୍କୁ ଅଭିବାଦନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ କରାଯାଇଥିବା ଏହି କଲଟି ବେଶ ଭାଇରାଲ ହୋଇଛି । ଏହି ଫୋନ କଲ ସମୟରେ ପ୍ରଥମରୁ ନୀରଜଙ୍କୁ ମୋଦୀ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ଏହାପରେ ବିଜୟ ପାଇଁ ନୀରଜଙ୍କ ଜନ୍ମସ୍ଥାନ ପାନିପତକୁ ଶ୍ରେୟ ଦେଉଥିଲେ ମୋଦୀ । ତେବେ ନୀରଜ ତୁରନ୍ତ ଏହା ସମଗ୍ର ଦେଶବାସୀଙ୍କ ଆଶୀର୍ବାଦ ବୋଲି କହିଥିଲେ ନୀରଜ । ଅଲିମ୍ପିକ୍ସ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆପଣ ସମଗ୍ର ଦେଶକୁ ଗର୍ବିତ କରିଛନ୍ତି ବୋଲି ନୀରଜଙ୍କୁ କହିଥିଲେ ମୋଦୀ । ଏହା ସହିତ ଅଲିମ୍ପିକ୍ସ ଏକ ବର୍ଷ ବିଳମ୍ବିତ ହେବା କାରଣରୁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିଥିବା ଉପରେ ମଧ୍ୟ ଆଲୋକାପାତ କରିଥିଲେ । କରୋନା ସମୟର ସଙ୍କଟ ଏବଂ ଆଘାତପ୍ରାପ୍ତ ହେବା ସତ୍ତେ୍ୱ ନୀରଜ ଯେଉଁଭଳି ପ୍ରଦର୍ଶନ କଲେ ତାକୁ ବେଶ ପ୍ରଶଂସା କରିଥିଲେ ମୋଦୀ ।

ଅଲିମ୍ପିକ୍ସକୁ ଯିବା ପୂର୍ବରୁ ଆପଣଙ୍କ ଆତ୍ମବିଶ୍ୱାସ ଏବଂ ଚାପଶୂନ୍ୟ ରହିବାର ଗୁଣ ମୋତେ ବେଶ ପ୍ରଭାବିତ କରିଥିଲା ବୋଲି କହିଥିଲେ ମୋଦୀ । ଏହାର ଉତ୍ତରରେ ନୀରଜ କହିଥିଲେ କି, ଏହା ହିଁ ଏମିତି ଏକ ମଞ୍ଚ ଯେଉଁଠି ମୋତେ ମୋର ଶତ ପ୍ରତିଶତ ଦେବାର ଥିଲା । ଏହା ମୋ କ୍ରୀଡା କ୍ୟାରିୟରର ସର୍ବଶ୍ରେଷ୍ଠ ମୂହୂର୍ତ୍ତ ରହିଥିଲା ଏବଂ ମୁଁ ଶତ ପ୍ରତିଶତ ଦେଇଥିବାରୁ ଗର୍ବିତ ବୋଲି ନୀରଜ କହିଥିଲେ । ସାଧାରଣତଃ ଭାରତୀୟ ଆଥଲେଟ ଏତେ ଭଲ ପ୍ରଦର୍ଶନ କରନ୍ତି ନାହିଁ ମାତ୍ର ଆପଣ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି । ଏହା ସହିତ ଭାରତୀୟ ସେନାରେ ଥିବାରୁ ଆସନ୍ତା ପିଢିକୁ ଏହି ଭଳି ଚ୍ୟାଲେଞ୍ଜ ପ୍ରସ୍ତୁତ କରନ୍ତୁ ବୋଲି ମୋଦୀ କହିଥିଲେ । ଏହାର ଉତ୍ତରରେ ନୀରଜ କହିଥିଲେ ଆପଣଙ୍କ ଆଶୀର୍ବାଦ ରହିଲେ ଏହା ନିଶ୍ଚୟ ସମ୍ଭବ ହେବ । ଏହି ସନ୍ଦର୍ଭରେ ନୀରଜଙ୍କ ମାତା ପିତା ଓ କୋଚ ରାଧାକୃଷ୍ଣଙ୍କୁ ଧନ୍ୟବାଦ ଜଣାଇ କଲ ସମାପ୍ତ କରିଥିଲେ ମୋଦୀ ।

Get real time updates directly on you device, subscribe now.