fbpx

ଜାତୀୟ ପତାକାକୁ ନୀରଜଙ୍କ ସମ୍ମାନ; ପଦକ ସହ ହୃଦୟ ମଧ୍ୟ ଜିତିଲେ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଇତିହାସର ସୁନା ପୁଅ ନୀରଜ ଚୋପ୍ରାଙ୍କ ନାମ ସମଗ୍ର ଦେଶରେ ଗୁଞ୍ଜରିତ । ସ୍ୱର୍ଣ୍ଣ ପଦକ ବିୁଜୟ ସହିତ ତ୍ରିରଙ୍ଗା ପ୍ରତି ନୀରଜଙ୍କ ସମ୍ମାନ ତାଙ୍କୁ ସମସ୍ତଙ୍କ ହୃଦୟରେ ସ୍ଥାନ ଦେଇଛି । ଏଭଳି ପରସ୍ଥିତିରେ ପଦକ ବିଜୟ ପରେ ତ୍ରିରଙ୍ଗାକୁ ଯେଉଁଭଳି ଭାବରେ ଭାଙ୍ଗିକରି ରଖୁଛନ୍ତି ଏହା ବେଶ ଭାଇରାଲ ହୋଇଛି ।

ସାଧାରଣତଃ ବିଜୟ ପରେ ଖେଳାଳି ମାନେ ଅଧିକ ଭାବ ବିହ୍ୱଳିତ ହୋଇ ପଡିଥାନ୍ତି । ଜାତୀୟ ପତାକା ପ୍ରତି ସମ୍ମାନ ରହିଥିଲେ ହେଁ ଭୁଲରେ ଏହାକୁ ତଳେ ବା ଅନ୍ୟ କେଉଁଠି ରଖି ଦେଇଥାନ୍ତି । ତେବେ ନୀରଜ ଯେଉଁଭଳି ଭାବରେ ଜାତୀୟ ପତାକାକୁ ସମ୍ମାନ ଜଣାଇଛନ୍ତି ଏହାର ଭିଡିଓଟି ବେଶ ଭାଇରାଲ ହୋଇଛି । ଭାରତୀୟ ସେନାରେ କାର୍ଯ୍ୟରତ ନୀରଜଙ୍କ ଦେଶ ପ୍ରେମର ଏହା ଆଉ ଏକ ନିଦର୍ଶନ ବୋଲି କୁହାଯାଇଛି । ସମାନ ଭିଡିଓରେ ଚେକ୍ ରିପବ୍ଲିକର ଆଥଲେଟ ନିଜ ଦେଶର ଜାତୀୟ ପତାକାକୁ ପାଖରେ ରଖି ବସିଥିବା ବେଳେ ନୀରଜ ଯେଉଁଭଳି ଢଙ୍ଗରେ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କଲେ ତାହା ପ୍ରତି ଭାରତୀୟଙ୍କ ହୃଦୟକୁ ଛୁଇଁଯାଇଛି ।

Get real time updates directly on you device, subscribe now.