fbpx
BSKY SKY
BSKY SKY

ରୁଟଙ୍କ ଶତକ ଓ ବୁମରାଙ୍କ ୫ ୱିକେଟ, ଭାରତ ସମ୍ମୁଖରେ ୨୦୯ ରନର ଲକ୍ଷ୍ୟ

BSKY

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ନଟିଂହାମର ଟ୍ରେଣ୍ଟ ବିଜରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଦୃଢ଼ ସ୍ଥିତିରେ ରହିଛି ଭାରତ । ଜୋ ରୁଟଙ୍କ ଶତକ ବଳରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ ପରେ ୩୦୩ ରନ କରି ଅଲଆଉଟ ହୋଇଛି ।  ଜୋ ରୁଟ୍ ୧୦୯ ରନର ଇନିଂସ ଖେଳିଥିବା ବେଳେ ଜସପ୍ରୀତ ବୁମରା ୫ଟି ୱିକେଟ ଅକ୍ତିଆର କରିଛନ୍ତି ।

ଭାରତ ସମ୍ମୁଖରେ ୨୦୯ରନର ବିଜୟ ଲକ୍ଷ୍ୟ ରହିଥିବା ବେଳେ ଭାରତର ଦ୍ୱିତୀୟ ଇନିଂସ ଜାରି ରହିଛି । କେ ଏଲ ରାହୁଲ ଏବଂ ରୋହିତ ଶର୍ମାଙ୍କ ଓପନିଂ କରି ୧୧ ରନ ଯୋଡିଛନ୍ତି ।  ଏହି ଟେଷ୍ଟରେ ବିଜୟୀ ହେଲେ ଭାରତ ପ୍ରଥମ ଥର ପାଇଁ ଇଂଲଣ୍ଡ ଗସ୍ତରେ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ବିଜୟୀ ହେବାକୁ ଯାଉଛି ।

Get real time updates directly on you device, subscribe now.