fbpx

ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ: ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ। ସର୍ବଭାରତୀୟ ସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ମାର୍କ ସହିତ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯.୯୮ ପର୍ସେଣ୍ଟାଇଲ ସହ ପ୍ରିୟଙ୍କା ସର ରାଜ୍ୟ ଟପ୍ପର ହୋଇଛନ୍ତି। ଜାତୀୟ ପରୀକ୍ଷା ଏଜେନ୍ସି ସେସନ-2 ଫଳାଫଳ ୨୦୨୩ ଘୋଷଣା କରିଛି।

JEE ପ୍ରବେଶିକା ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ NTA JEE – jeemain.nta.nic.in ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।Nta.ac.in ରେ ଫଳାଫଳ ମଧ୍ୟ ଯାଞ୍ଚ କରାଯାଇପାରିବ। JEE ମେନ୍‌ ରେଜଲ୍ଟ ପ୍ରକାଶ ପାଇବା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁସି ବ୍ୟକ୍ତ କରିଛନ୍ତି, କାରଣ ଦିଲ୍ଲୀ ସରକାରୀ ସ୍କୁଲର ଅସ୍ତିକ ନାରାୟଣ ଜେଇ ମେନ୍‌ରେ ଶତ ପ୍ରତିଶତ ମାର୍କ ରଖିଛନ୍ତି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

ସେହିପରି ତେଲେଙ୍ଗାନାର ୧୧ ଜଣ ଛାତ୍ର ୧୦୦ ପ୍ରତିଶତ ସ୍କୋର କରିବାରେ ସଫଳ ହୋଇଛନ୍ତି। ଏହା ପରେ ଆନ୍ଧ୍ରପ୍ରଦେଶର ୫ ଜଣ ଛାତ୍ର, ରାଜସ୍ଥାନର ୫ ଜଣ ଛାତ୍ର ଏବଂ ଉତ୍ତରପ୍ରଦେଶର ୪ ଜଣ ଛାତ୍ର ଏବଂ ବିହାରର ଜଣେ ଛାତ୍ର ୧୦୦ ପ୍ରତିଶତ ସ୍କୋର ହାସଲ କରିଛନ୍ତି।

Get real time updates directly on you device, subscribe now.