fbpx

ଜେସିକା ଲାଲଙ୍କ ଭଉଣୀ ସବରିନାଙ୍କ ମୃତ୍ୟୁ, ହତ୍ୟାକାରୀଙ୍କ ବିରୋଧରେ ଖୁବ୍ ଲଢ଼ିଥିଲେ

Advertisement

ଓଡ଼ିଶା ଭାସ୍କର ବ୍ୟୁରୋ: ଜେସିକା ଲାଲ୍ ମର୍ଡର କେସ ଏକଦା ଦେଶରେ ବଡ଼ ଚର୍ଚ୍ଚାର କାରଣ ହୋଇଥିଲା । ଆଉ ହତ୍ୟାକାରୀଙ୍କୁ ଦଣ୍ଡ ଦେବା ପାଇଁ ଖୁବ୍ ଲଢ଼ିଥିଲେ ଜେସିକାଙ୍କ ଭଉଣୀ ସବରିନା ଲାଲ । ତେବେ ୫୦ ବର୍ଷ ବୟସରେ ସବରିନାଙ୍କ ମୃତ୍ୟୁ ହୋଇଯାଇଛି । ଲିଭର୍ ସଂକ୍ରମଣ ଜନିତ ଦୀର୍ଘଦିନ ପୀଡ଼ିତ ରହିଥିବା ସବରିନାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଗୁରୁତ୍ୱପୂର୍ଣ୍ଣ ଯେ ଜେସିକାଙ୍କ ମର୍ଡର କେସକୁ ନେଇ ନିର୍ମିତ ଚଳଚ୍ଚିତ୍ରରେ ସବରିନାଙ୍କ ଭୂମିକା ନିର୍ବାହ କରିଥିଲେ ବଲିଉଡର ଟପ୍ ଆକ୍ଟ୍ରେସ୍ ବିଦ୍ୟା ବାଲନ । ସବରିନା ଗୁରୁଗ୍ରାମର ପାରସ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

୧୯୯୯ରେ ସବରିନାଙ୍କ ସାନ ଭଉଣୀ ଜେସିକାଙ୍କୁ ନୂଆଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ଗୁଳି ମାରି ହତ୍ୟା କରାଯାଇଥିଲା । ଏହି ମାମଲାରେ ତତ୍କାଳୀନ କଂଗ୍ରେସ ନେତା ତଥା ଜନ ଚେତନା ପାର୍ଟିର ସଂସ୍ଥାପକ ବିନୋଦ ଶର୍ମାଙ୍କ ପୁଅ ମନୁ ଶର୍ମା (ସିଦ୍ଧାର୍ଥ ବଶିଷ୍ଠ)ଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଥିଲା । ପରେ ଜେସିକା ଓ ସବରିନାଙ୍କ ଜୀବନୀକୁ ନେଇ ‘ନୋ ୱାନ୍ କିଲ୍ଡ ଜେସିକା’ ଫିଲ୍ମ ନିର୍ମିତ ହୋଇଥିଲା । ରାଜ କୁମାର ଗୁପ୍ତାଙ୍କ ନିର୍ଦ୍ଦେଶନାରେ ବିଦ୍ୟା ବାଲନ ବଡ଼ ଭଉଣୀ ସବରିନାଙ୍କ ଭୂମିକା ନିର୍ବାହ କରିଥିବାବେଳେ ମାୟରା କର୍ଣ୍ଣ ଜେସିକା ଚରିତ୍ରରେ ଅଭିନୟ କରିଥିଲେ । ସେହିପରି ରାଣୀ ମୁଖାର୍ଜୀ ସାମ୍ବାଦିକା ମୀରା ଗେଟି ଚରିତ୍ର ନିର୍ବାହ କରିଥିଲେ ଏବଂ ଫିଲ୍ମଟି ଖୁବ୍ ହିଟ୍ ହୋଇଥିଲା ।

Get real time updates directly on you device, subscribe now.