fbpx

ଝାଡ଼ଖଣ୍ଡ ଜନାଦେଶକୁ ଆମେ ସମ୍ମାନ କରୁଛୁ: ଅମିତ ଶାହା

ନୂଆଦିଲ୍ଲୀ, ୨୩ା୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ୮୧ଟି ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଝାଡ଼ଖଣ୍ଡରେ ଜେଏମଏମ ଓ କଂଗ୍ରେସ ମେଣ୍ଟ ବହୁମତ ପାଇଛି । ସେନେଇ ଝାଡ଼ଖଣ୍ଡ ଜନାଦେଶ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଝାଡ଼ଖଣ୍ଡ ଜନାଦେଶକୁ ଆମେ ସମ୍ମାନ କରୁଛୁ । ରାଜ୍ୟର ଉନ୍ନତି ପାଇଁ ବିଜେପିକୁ ୫ବର୍ଷର ସୁଯୋଗ ମିଳିଥିଲା । ସେଥିପାଇଁ ରାଜ୍ୟବାସୀଙ୍କ ପାଖରେ କୃତଜ୍ଞ ବୋଲି ସେ କହିଛନ୍ତି । ବିଜେପି ନିରନ୍ତର ରାଜ୍ୟର ଉନ୍ନତି ପାଇଁ ପ୍ରତିଶୃତିବଦ୍ଧ । ଝାଡ଼ଖଣ୍ଡର ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଅମିତ ଶାହା ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.