fbpx

ଝାଡଖଣ୍ଡରେ ମତଦାନ ଜାରି, ଗୁମଲାରେ ଗୁଳିମାଡ

ଝାଡଖଣ୍ଡ,୭ ।୧୨: ଝାଡଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୨୦ଟି ଆସନ ପାଇଁ ମତଦାନ ଦେଉଛନ୍ତି ଜନତା । ଏଥିରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଜମସେଦପୁର ଆସନ ମଧ୍ୟ ସାମିଲ ହୋଇଛି । ୨ ପର୍ଯ୍ୟାୟ ମତଦାନ ପାଇଁ ୬,୦୬୬ଟି କେନ୍ଦ୍ର କରାଯାଇଛି । ନିର୍ବାଚନରେ ୨୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଇଭିଏମ୍ ମେସିନ ଖରାପ ଯୋଗୁଁ କିଛି ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଛି । ୪୨ ହଜାର ଯବାନଙ୍କୁ ସୁରକ୍ଷା ପାଇଁ ମୁତୟନ କରାଯାଇଛି ।

କଡା ସୁରକ୍ଷା ବ୍ୟବସ୍ଥା ପରେ ବି ଗୁମଲାରେ ଗୁଳି ଫୁଟିଛି । ଗୁମଲାର ମତଦାନ କେନ୍ଦ୍ର ୬୭ରେ ଘଟିଛି ଗୁଳିକାଣ୍ଡ । ଏନେଇ ଘଟଣାସ୍ଥଳରେ ସିଆରପିଏଫ୍ ଯବାନ ପହଞ୍ଚିଛନ୍ତି ।

Get real time updates directly on you device, subscribe now.