fbpx

Jharkhand Cabinet Expansion: ଦୁଇ ଜଣ ଡେପୁଟି ସିଏମ୍, ମନ୍ତ୍ରୀ ପଦକୁ ନେଇ ଚାଲିଛି ଅଙ୍କକଷା

ରାଞ୍ଚି: ଫେବୃଆରୀ ୧୬ରେ ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ କ୍ୟାବିନେଟ ବିସ୍ତାର ହେବ । ଏହି କ୍ୟାବିନେଟ୍ ବିସ୍ତାରରେ ନୂତନ ଚେହେରାଙ୍କୁ ସୁଯୋଗ ଦିଆଯିବାର ସମ୍ଭାବନା ରହିଛି । ଏନେଇ ରାଜନୈତିକ ହଟଚମଟ ଦେଖାଦେଇଛି । ତେବେ ଚମ୍ପାଇ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ସର୍ବାଧିକ ୧୨ ଜଣ ମନ୍ତ୍ରୀ ରହିପାରିବେ । ସେଥିମଧ୍ୟରୁ ୨ ଜଣ ଡେପୁଟି ସିଏମ୍ ଏବଂ ରାମଚନ୍ଦ୍ର ସିଂହ/ ପ୍ରଦୀପ ଯାଦବଙ୍କ ମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ଝାଡ଼ଖଣ୍ଡରେ ଚମ୍ପାଇ ସରକାରଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାରରେ ୪ରୁ ୫ ଜଣ ନୂତନ ଚେହେରାଙ୍କୁ ସୁଯୋଗ ଦିଆଯାଇଛି । ଏଥିମଧ୍ୟରୁ ଦୁଇ ଜଣଙ୍କୁ ପାଇଁ ଡେପୁଟି ସିଏମ୍ ପଦ ରହିଛି । ଏହି ଦୁଇ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଜେଏମ୍ଏମ୍ କୋଟାରୁ ହୋଇଥିବା ବେଳେ ଅନ୍ୟ ଜଣେ କଂଗ୍ରେସ କୋଟାରୁ ରହିବେ । ହେମନ୍ତ ସରକାରଙ୍କ କ୍ୟାବିନେଟରେ ୪ ଜଣ କଂଗ୍ରେସ କୋଟାରୁ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଚମ୍ପାଇ ସୋରେନଙ୍କ ସହ ଶପଥ ଗ୍ରହଣ କରିଥିବା ବେଳେ ଅନ୍ୟ ୩ ଜଣ ଯଥା ବାଦଲ ପତ୍ରଲେଖ, ବନ୍ନା ଗୁପ୍ତା ଏବଂ ରାମେଶ୍ୱର ଓରାଓଁଙ୍କ ଅଦଳବଦଳକୁ ନେଇ ସମ୍ଭାବନା ଦେଖାଦେଇଛି । ତେବେ ମନ୍ତ୍ରୀ ପଦ ପାଇଁ ଭୂଷଣ ବାଡ଼ା ଏବଂ ଦୀପିକା ପାଣ୍ଡେଙ୍କ ନାମ ପ୍ରାୟ ସୁନିଶ୍ଚିତ ।

 

Get real time updates directly on you device, subscribe now.