fbpx

ବ୍ୟବସାୟୀଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ବେଳେ, ପୋଲିସକର୍ମୀଙ୍କୁ ଗୁଳିମାଡ଼;ଦୁଇ ମୃତ

Advertisement

ଦେଓଗର: ଆଜି କାଲି ସମାଜରେ କଣ ସବୁ ଘଟୁଛି ତାହା କାହାକୁ ଜଣାନାହିଁ । କେଉଁଠି ସୁରକ୍ଷାକର୍ମୀ ମାନେ ଗୁଳି ମାରୁଛନ୍ତି ତା କେଉଁଠାରେ ସୁରକ୍ଷାରେ ନିୟୋଜିତ ଲୋକଙ୍କ ମୃତୁ ଘଟୁଛି । ସୂଚନାମୁତାବକ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ ଅଙ୍ଗରକ୍ଷୀ ଭାବରେ କାର୍ଯ୍ୟ କରୁଥିବା ଦୁଇ ଜଣ ପୋଲିସଙ୍କ ମୃତ୍ୟୁ ହେଇଛି । ଝାଡଖଣ୍ଡର ଦେଓଗରରେ ଏହି ଘଟଣା ଘଟିଛି । ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଦୁଇ ଜଣ ପୋଳିସ କର୍ମୀ ନିହତ ହୋଇଛନ୍ତି । ଶନିବାର ରାତିରେ ପଟେଲ ଚକ୍ ନିକଟ ଶ୍ୟାମଗଞ୍ଜ ରୋଡରେ ଏହି ଘଟଣା ଘଟିଛି। ଅଜ୍ଞାତ ଦୁଷ୍କର୍ମକାରୀମାନେ ସ୍ଥାନୀୟ ମାଛ ବ୍ୟବସାୟୀଙ୍କୁ ସୁରକ୍ଷାରେ ନିୟୋଜିତ ଥିଲେ। ତେବେ ଏହି ସମୟରେ ଅଜ୍ଞାତ ଦୁଷ୍କର୍ମକାରୀ ପୋଲିସ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ହେଇଛି ।

ଏହି ଘଟଣାକୁ ନିଶ୍ଚିତ କରି ଡିଜି ସୁଦର୍ଶନ ମଣ୍ଡଳ କହିଛନ୍ତି ଯେ ଦୁଇଜଣ ସରକାରୀ ଅଙ୍ଗରକ୍ଷୀଙ୍କୁ ହତ୍ୟା କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ଏକ ଏନକାଉଣ୍ଟର ହୋଇଛି ନା ଅପରାଧୀମାନେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇଛନ୍ତି ତାହା ଜାଣିବା ପାଇଁ ପ୍ରୟାସ ଜାରି ରହିଛି।

Get real time updates directly on you device, subscribe now.