fbpx

‘ଭାରତ ଯୋଡ ଯାତ୍ରା’ ଅଧାରୁ ଛାଡିବାକୁ ଚାହୁଁଥିଲେ ରାହୁଲ ଗାନ୍ଧୀ, କାରଣ କ’ଣ କଂଗ୍ରେସ ନେତା କଲେ ଖୁଲାସ

ନୂଆଦିଲ୍ଲୀ : କଂଗ୍ରେସର ଭାରତ ଯୋଡ ଆନ୍ଦୋଳନ, ଯାହାକୁ ନେଇ ରାହୁଲ ଗାନ୍ଧୀ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ଆନ୍ଦୋଳନକୁ ନେଇ ଅନେକ ଲୋକ ଅନେକ ଆଲୋଚନ ଓ ସମାଲୋଚନ କରିଛନ୍ତି । ଏହି ଯାତ୍ରା ପରଠୁଁ ରାହୁଲଙ୍କ ନାମ ଆଗରୁ ପପୁ ଟ୍ୟାଗ୍ ହଟି ଯିବ ବୋଲି କିଛି ଲୋକ ମତବ୍ୟକ୍ତ କରିଥିଲେ । ବିରୋଧୀଙ୍କ ଟାର୍ଗେଟର ଶିକାର ମଧ୍ୟ ହୋଇଛନ୍ତି ରାହୁଲ ଗାନ୍ଧି । ତଥାପି ସେ ପଛକୁ ହଟିନାହାନ୍ତି । କିନ୍ତୁ ଗୋଟେ ସମୟ ଥିଲା, ଯେବେ ରାହୁଲ ଗାନ୍ଧି ଏହି ଆନ୍ଦୋଳନକୁ ଅଧାରୁ ଛାଡିବାକୁ ଚାହୁଁଥିଲେ ।

ଅଲ ଇଣ୍ଠିଆ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ସଂପୂର୍ଣ୍ଣ କରିବାକୁ ଦେଇଥିବା ପ୍ରତିଶ୍ରୁତିକୁ ପ୍ରଶଂସା କରି କହିଛନ୍ତି ଯେ ଯାତ୍ରାର ପ୍ରାରମ୍ଭିକ ଦିନରେ ଏପରି ପରିସ୍ଥିତି ଆସିଥିଲା ରାହୁଲ ଗାନ୍ଧି ଯାତ୍ରା ଛାଡିବାକୁ ଚିନ୍ତା କରିଥିଲେ । ଯାତ୍ରାର ଗୁରୁ ଦାୟିତ୍ୱ ଅନ୍ୟ କେଉଁ ବରିଷ୍ଠ ନେତାଙ୍କୁ ଦେବା ଚାହୁଁଥିଲେ ।

ଏମିତିକି ପ୍ରିୟଙ୍କା ଗାନ୍ଧୀ ମଧ୍ୟ କହିଥିଲେ ତାଙ୍କ ଭାଇ ଦେଶବ୍ୟାପୀ ପଦଯାତ୍ରା ଛାଡି ପାରନ୍ତି। ଏପରିକି କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଯାତ୍ରାର ନିର୍ଦ୍ଦେଶ ଦେବା ନେଇ ଆଲୋଚନା ହୋଇଥିଲା। ଏହା ପଛର କାରଣ ଥିଲା, ରାହୁଲଙ୍କ ଆଣ୍ଠୁରେ ଗୁରୁତର ଯନ୍ତ୍ରଣା ।

ଭେନୁଗୋପାଲ କହିଛନ୍ତି ଯେ , କନ୍ୟାକୁମାରୀରୁ ଆରମ୍ଭ ହେବା ପରେ ତୃତୀୟ ଦିନରେ ଏହି ଯାତ୍ରା କେରଳରେ ପ୍ରବେଶ କରିଥିଲା । ସେପ୍ଟେମ୍ବର ୭, ୨୦୨୨ ରେ ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ କେରଳରେ ପ୍ରବେଶ କରିଥିଲା। ସେତେବେଳେ ରାହୁଲ ଗାନ୍ଧୀ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଆହୁରି ଖରାପ ହୋଇଯାଇଥିଲା। ଅନ୍ୟ ଜଣେ ବରିଷ୍ଠ ନେତାଙ୍କ ନେତୃତ୍ୱରେ ଏହି ଯାତ୍ରା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ରାହୁଲ ଗାନ୍ଧୀଙ୍କ ବିନା ଏହି ଯାତ୍ରା କଂଗ୍ରେସ କର୍ମୀ ଓ ନେତାଙ୍କ ପାଇଁ କଳ୍ପନା ଯୋଗ୍ୟ ନୁହେଁ। ଏଭଳି ପରିସ୍ଥିତିରେ ସେ ରାହୁଲଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଥିଲେ।

କଂଗ୍ରେସର ସାଧାରଣ ସମ୍ପାଦକ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଚିକିତ୍ସା ପାଇଁ ଜଣେ ଫିଜିଓଥେରାପିଷ୍ଟ ଡକାଯାଇଛି। ତାଙ୍କର ଚିକିତ୍ସା ହେତୁ ରାହୁଲଙ୍କ ସମସ୍ୟାର ସମାଧାନ ହେଲା। ସେ ୧୩୬ ଦିନରେ ୪୦୦୦ କିଲୋମିଟର ପଦଯାତ୍ରା କରିଛନ୍ତି । ଏହି ସମୟରେ ରାହୁଲଙ୍କ ଯାତ୍ରା ୧୨ ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ୭୫ ଟି ଜିଲ୍ଲା ଅତିକ୍ରମ କରିଛି।

Get real time updates directly on you device, subscribe now.