fbpx

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିରୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ, ଜାଣନ୍ତୁ କିଏ ଅବଦୁଲ ନାଜିର; କାହିଁକି ଚର୍ଚ୍ଚାରେ ତାଙ୍କ ନାମ

ନୂଆଦିଲ୍ଲୀ:ଆଜି ରାଷ୍ଟ୍ରପତି ଦଦ୍ରୌପଦୀ ମୁର୍ମୁ ୧୩ ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏଥିରେ ଅବସରପ୍ରାପ୍ତ ଜଷ୍ଟିସ ଅବଦୁଲ ନାଜିର ଙ୍କ ନାମ ରହିଛି। ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ପ୍ରଦାନ କରିଥିବା ଅବସରପ୍ରାପ୍ତ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ କରାଯାଇଛି। ସେ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ବେଞ୍ଚର ଅଂଶ ଥିଲେ। ଉଚ୍ଚ ପଦବୀ ପାଇଥିବା ରଂଜନ ଗୋଗୋଇଙ୍କ ପରେ ନାଜିର ଏହି ବେଞ୍ଚର ଦ୍ୱିତୀୟ ବିଚାରପତି।]

ତେବେ ଅବସର ସମୟରେ ତାଙ୍କ ବିଦାୟ ଅଭିଭାଷଣ ବହୁ ଚର୍ଚ୍ଚା ହେଇଥିଲା। ସେ କହିଥିଲେ ଯେ ଯଦି ସେ ୨୦୧୯ ରେ ଅଯୋଧ୍ୟା ମାମଲାରେ ଭିନ୍ନ ରାୟ ଦେଇଥାନ୍ତେ, ତେବେ ତାଙ୍କୁ ବୋଧହୁଏ ତାଙ୍କ ସମ୍ପ୍ରଦାୟରେ ହିରୋ କୁହାଯାଇଥାନ୍ତା , କିନ୍ତୁ ଜାତୀୟ ସ୍ୱାର୍ଥ ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଯାହା ପାଇଁ ସେ ଏଭଳି ନିଷ୍ପତି ନେଇଥିଲେ।

ସୂଚନାମୁତାବକ ଅବଦୁଲ ନାଜିର ପ୍ରଥମେ କର୍ଣ୍ଣାଟକରେ ଓକିଲ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ କେବେ ପଛକୁ ଚାହିଁ ନଥିଲେ। ଏବଂ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ତୃତୀୟ ବରିଷ୍ଠ ବିଚାରପତି ପଦକୁ ପଦୋନ୍ନତି ହେଇଥିଲେ । ସେ ସୁପ୍ରିମକୋର୍ଟ କଲେଜିୟମର ସଦସ୍ୟ ଭାବରେ ଅବସର ନେଇଥିଲେ। ତାଙ୍କ ବିଦାୟ ଅଭିଭାଷଣରେ ନାଜିର କହିଥିଲେ ଯେ ଜଣେ ଆଇନଜୀବୀ ଠାରୁ ସୁପ୍ରିମକୋର୍ଟର ବିଚାରପତିଙ୍କ ପର୍ଯ୍ୟନ୍ତ ସେ ଯେଉଁ ଆଇନଗତ କ୍ୟାରିୟର ଦେଖିଥିଲେ ଏବଂ ଅନୁଭବ କରିଥିଲେ ତାହା ତାଙ୍କର ଏକ ସ୍ୱପ୍ନ ଥିଲା ଯାହା ସାକାର ହୋଇଛି।

ତେବେ ଜଷ୍ଟିସ୍ ନାଜିର ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଚାରରେ ସହଯୋଗ କରିଛନ୍ତି। ଅଯୋଧ୍ୟା ବାବ୍ରି ମସଜିଦ ଭାଙ୍ଗିବା ମାମଲା ବ୍ୟତୀତ ସେ ସୁପ୍ରିମକୋର୍ଟଙ୍କ ବେଞ୍ଚର ଏକ ଅଂଶ ଥିଲେ ଯାହା ତ୍ରିପଲ ତଲାକ ପ୍ରସଙ୍ଗ ଥିଲା ସେଥିରେ ମଧ୍ୟ ସେ ନିଜର ଗୁରୁତ୍ୱପୂର୍ଣ ରାୟ ଦେଇଥିଲେ। ସେ ତତ୍କାଳୀନ CJI JS Khehar ଙ୍କ ନେତୃତ୍ୱରେ ଏକ ନଅ ସଦସ୍ୟ ବିଶିଷ୍ଟ ବେଞ୍ଚର ଅଂଶ ଥିଲେ । ଯିଏ ତ୍ରିପଲ ତଲାକ୍ ରଦ୍ଦ କରିଥିଲେ ।

Get real time updates directly on you device, subscribe now.